ସେଣ୍ଟ ଜାଭିୟର ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଓ ଗୁଣାତ୍ମକ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର
ଭୁବନେଶ୍ୱର,: ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସତ୍ୟନଗର ହୋଟେଲ ରୟାଲ ସୁଟ୍ଠାରେ ଏକାଦଶ ଶ୍ରେଣୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହ ଗୁଣାତ୍ମକ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ବିଦ୍ୟାଳୟର ଅଧ୍ୟକ୍ଷା ଡଃ ଗାୟତ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାନେଜିଙ୍ଗ କମିଟିର ଅଧକ୍ଷ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷ ସ୍ୱାଧୀନ ହେବାର ୭୩ ବର୍ଷ ହୋଇଗଲା । ଏଥିମଧ୍ୟରେ ଶିକ୍ଷାକୁ ଗୁଣାତ୍ମକ କରିବା ପାଇଁ ବହୁ ଆୟୋଗ ବସିଛି ସେମାନଙ୍କର ରିପୋର୍ଟ ଆସିଛି । କିଛି ଠିକଣା ଭାବେ କାର୍ଯ୍ୟକାରୀ ହେବାରେ ରାଜନୈତିକ ପ୍ରତିବଦ୍ଧତାର ଅଭାବ ପରିଲିକ୍ଷିତ ହୋଇଛି । ସେଣ୍ଟ ଜାଭିୟର •ରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ବଦ୍ରୀନାଥ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପାଠ ସହ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପାଧ୍ୟକ୍ଷା ଡଃ ନିବେଦିତା ପଟ୍ଟନାୟକ, ଅଧ୍ୟାପକ ପ୍ରଭାତ ମିଶ୍ର, ଅଧ୍ୟାପିକା ଫର୍ଜନା ରହେମାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ମାର୍ଗଦର୍ଶନ ଦେବା ସହ ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇଦେଇ ନିଶ୍ଚିତ ହୋଇ ବସିବା ବଦଳରେ ଶିକ୍ଷକ ଓ ନିଜ ପିଲାମାନଙ୍କ ସହ ନିଜେ ସମ୍ପର୍କରେ ରହିଲେ ତାର ସୁଫଳ ଯଥେଷ୍ଟ ମିଳିଥାଏ ବୋଲି କହିଥିଲେ । ଏହି ଆଲୋଚନା ଚକ୍ରରେ ଶତାଧିକ ଛାତ୍ରଛାତ୍ରୀ ଅଭିଭାବ ଓ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ ।