ସେଣ୍ଟ ଜାଭିୟର ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁରରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କର, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଦୁଇ ମହାପୁରୁଷଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମା’ ମାନଙ୍କ ମଧ୍ୟରେ ମୁ୍ୟଜିକାଲ ଚେୟାର, ଲକ ଗେମ, ଝୋଟିଚିତା, ଚା କପ ଦ୍ୱାରା ଗୃହ ନିର୍ମାଣ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବାସହ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତ୍ତିତ୍ୱ ହାସଲ କରିଥିବା ଦିପ୍ତୀମୟୀ ସାହୁ, ସସ୍ମିତା ଭୋଳ, ସସ୍ମିତା ଦାସ, ଶୁଭସ୍ମୀତା ଜେନା, ରଞ୍ଜିତା ନାୟକ, ଏକିରାଣୀ ରାଉତ, ଆଶାଲତା ବେହେରା, କବିତା ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରାଜେଶ କୁମାର ବେହେରା, ବିଜୟ କୁମାର ପହି, ତନୁଶ୍ରୀ ତନୟା ପହି, ବ୍ରହ୍ମାନନ୍ଦ ମଲ୍ଲିକ, ଦୟାନିଧି ଚିନରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ସୁବ୍ରତ ଚୌଧୁରୀ, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ଇତିଶ୍ରୀ ପଣ୍ଡା, ଅରୁଅର୍ପିତା ସାହୁ, ସଂଗ୍ରାମ କେଶରୀ ପଟ୍ଟନାୟକ, କାବେରୀ ନାୟକ ଏବଂ ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ ।