ସେଣ୍ଟ ଜାଭିୟର ହାଇସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ):ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁରରେ ପବିତ୍ର ଗୁରୁଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କର ଗୁରୁ ଶବ୍ଦଟି କେତେ ଯେ ମହାନ, ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଓ ଗୁରୁ ମାନଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଗଠନରେ କେତେ ଯେ ଗୁରୁତ୍ୱପୁର୍ଣ୍ଣ ତାହା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ଦାଶ, ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲେକ ବିହାରୀ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଦିବସର ମାର୍ଗଦର୍ଶନ କରିଥିବା ବେଳେ ଉପସ୍ଥିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୁରୁଦିବସର ମାହାତ୍ମ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗୀତା କରାଯାଇ ଥିଲା । ଏଥିରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।