ସେଣ୍ଟ ଜାଭିୟର ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ରସାଏଙ୍କ ଜୟନ୍ତୀ ପାଳିତ

ହାଟଡ଼ିହି, : ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓରାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ହାସ୍ୟମୟୀ ରାଜ, ସମ୍ମାନୀତ ଅତିଥି ଭାବେ ମାଷ୍ଟର ରଜନୀସା ରାଉତ ପ୍ରମୁଖ ଯୋଗଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଭବିଷ୍ୟତ ଗଠନରେ ମହାପୁରୁଷଙ୍କ ପନ୍ଥା ଅନୁସରଣ କରି ସୁନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଶିକ୍ଷୟତ୍ରୀ ଶାସ୍ୱତୀ ପଲତା ସ୍ୱସ୍ଥି ବାଚନ ପାଠ କରିଥିବାବେଳେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମା” ମାନଙ୍କ ମଧ୍ୟରେ ବିଭିନ୍ନ କୌତୁହଳପୁର୍ଣ୍ଣ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବାସହ ଗୁପ୍ତଧନ ପ୍ରତିଯୋଗୀତାରେ ପ୍ରତିଭା ପରିଡା, ଦିପ୍ତୀମୟୀ ବିଶ୍ୱାଳ, ମାନସିକ ଦକ୍ଷତା ପ୍ରତିଯୋଗୀତାରେ କାବେରୀ ସାହୁ, ସଂଯୁକ୍ତା ସାହୁ, ସୁଚିସ୍ମିତା ସାହୁ, ସସ୍ମିତା ଭୋଳ ଏବଂ ପିକିଙ୍ଗ ଦ ଗ୍ଲାସ ପ୍ରତିଯୋଗୀତାରେ ଶ୍ରାବନ୍ତୀ ସରିତା, ଲଜ୍ଜିତା ସାହୁ ପ୍ରମୁଖ କୃତିତ୍ୱ ହାସଲ କରିବା ସହ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଶିକ୍ଷକ ରାଜେଶ ବେହେରା, ବିଜୟ କୁମାର ପହି ଖେଳ ପରିଚାଳନା କରିଥିବାବେଳେ ଚିତ୍ତରଞ୍ଜନ ନାୟକ, ନିରଞ୍ଜନ ସାହୁ, ପ୍ରଦୀପ କୁମାର ଜେନା, ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦିପ୍ତ ଦାଶ, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥ ସାରଥି ଜେନା, ପ୍ରଶାନ୍ତ କୁମର ଦାସ, ହିମାଶୁଂ ରଞ୍ଜନ ବାରିକ, ବ୍ରହ୍ମାନନ୍ଦ ମଲ୍ଲିକ, ତନୁଶ୍ରୀ ତନୟା ପହି, ଦୀପରାଣୀ ବେହେରା, ମମତା ବେହେରା, ସୁଚିତ୍ରା ଦାଶ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା, ସୌମ୍ୟାରାଣୀ ଜେନା, ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ