ସେଣ୍ଟ ଯୋସେଫ ସ୍କୁଲରେ ରାଜ୍ୟପାଳ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ତିନି ମୁହାଣି ନିକଟରେ ଜିଲ୍ଲାର ପ୍ରଥମ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସେଣ୍ଟ ଜୋସେଫ ସ୍କୁଲରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଦସ୍ୟ ସଦସ୍ୟାମାନଙ୍କ ପକ୍ଷରୁ “ଆଲୁମିନା ଜ୍ୟାକ” ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଦିଗଲ୍ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କେନ୍ଦ୍ରାପଡାରେ ସେଣ୍ଟ ଜୋସେଫ୍ ସ୍କୁଲ ୨୦୨୩ ମସିହାରେ ୨୭ ତମ ବର୍ଷରେ ପଦାର୍ପଣ କରିସାରିଛି ।ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଏବଂ ବିଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଚ୍ଚ ସ୍ତରରେ ଅବସ୍ଥାପିତ ହୋଇସାରିଛନ୍ତି । ସେମାନଙ୍କ ପ୍ରଚେଷ୍ଠାରେ ମହାଆଡମ୍ବର ସହକାରେ ଅତ୍ୟନ୍ତ ଆନନ୍ଦଦାୟକ ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଉପସ୍ଥିତିରେ “ଅଲୁମିନା ଜ୍ୟାକ୍‌” ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଲାଲଙ୍କ ଭାଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣା ଦାୟକ ଥିଲା । ଏଥିସହିତ ରାଜ୍ୟପାଳ ଶ୍ରୀ ଲାଲ ବିଦ୍ୟାଳୟର ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବପୂର୍ଣ୍ଣ କଥୋପକଥନ କାର୍ଯ୍ୟକ୍ରମ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସିମିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଆୟୋଜନରେ ପୁରାତନ ଛାତ୍ର ସଂଘର ରିଆଜୁଦ୍ଦିନ ଅହମ୍ମଦ, ଇଶ୍ୱର, ଅନ୍ୱେହା ଦାସ, ବିଶ୍ୱଜିତ, ଆଶୁତୋଷ ସାହୁ, କମ୍‌ରୁଲ ହକ, ମୋନିକା ଅଗ୍ରୱାଲ, ନିଲମ ଅଗ୍ରୱାଲ, କୀର୍ତ୍ତୀ ରଞ୍ଜନ, ସୁଦୀପ୍ତ ମଲ୍ଲିକ, ସିଦ୍ଧାର୍ଥ ଚୈାଧୁରୀ, ରିପନ ମଙ୍ଗରାଜ, ମୀର ସମିରୁଦ୍ଦିନ, ପ୍ରତ୍ୟୁଷ ମିଶ୍ର, ଆକାଶ ମହାପାତ୍ର, ଦୀପକ ମିଲନ୍‌, ଲିପ୍‌ସା ଦାସ, ଗୁପ୍ତାନ ଅଲ୍ଲୀ, ଅବିନାଶ ସାମଲ, ନିଶ୍ଚଳ ସ୍ୱାଇଁ ପ୍ରମୁଖ ପୁରାତନ ଛାତ୍ର ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କର ପ୍ରଚେଷ୍ଟା “ଆଲୁମିନା ଜ୍ୟାକ୍‌” ପାଇଁ ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଦିଗାଲ, ଅନୁଶାସନ ଅଧ୍ୟକ୍ଷ ଫାଦର ରମେଶ ବଳିୟାର ସିଂ, ମ୍ୟାନେଜ କମିଟି ସିଷ୍ଟର ଗଣ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା ଓ ପ୍ରେରଣା ଅଭିନନ୍ଦନୀୟ । କେନ୍ଦ୍ରାପଡା ଜିଲ୍ଲାର ପ୍ରଶାସକଙ୍କ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେଣ୍ଟ ଜୋସେଫ୍ ସ୍କୁଲରେ ରାଜ୍ୟପାଳ ମହୋଦୟଙ୍କ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଉପସ୍ଥିତି ବାସ୍ତବରେ ବିଦ୍ୟାଳୟ ପାଇଁ ଗର୍ବ ଓ ଗୈାରବର ବିଷୟ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ