ସେଣ୍ଢତୀରାରେ ବିଜେପିର ସାଙ୍ଗଠନିକ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଶିଆଳିଆସ୍ଥିତ ସମାଜସେବୀ ଦେବେନ୍ଦ୍ର ଜେନାଙ୍କ ପୁଷ୍ପବାଟିକା ଠାରେ ବିଜେପିର ବନ୍ଧୁମିଳନ ପର୍ବ ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜେପି ସଭାପତି ମାଧବ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ଜେନା, ଭଦ୍ରକ ଜିଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ, ସେଣ୍ଢତୀରା କୋର କମିଟି ସଦସ୍ୟ ଦେବେନ୍ଦ୍ର ଜେନା, ମନୋରଂଜନ ଦଳେଇ, ନିରଂଜନ ଜେନା, ପୀତବାସ ପଣ୍ଡା, ସନ୍ତୋଷ ପହି, ସନାତନ ଦାସ, ଶରତ ଚନ୍ଦ୍ର ଲେଙ୍କା, ଉଦ୍ଧବ ସେଠୀ, ସୁବାଷ ରାଉଳ, ସଞ୍ଜୟ ବିଶ୍ୱାଳ, ତାପସ ଖଣ୍ଡାଇଙ୍କ ସମେତ ବିଭିନ୍ନ ବୁଥ୍‌ର ସଭାପତି ଓ ୱାର୍ଡର କର୍ମୀ ମାନେ ଯୋଗ ଦେଇ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ । ଏଥିସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ବୃହତ ସଫଳତା ହାସଲ କରିବ ସେନେଇ ଆଲୋଚନା ହୋଇଥିଲା । ଏଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ