ସେଣ୍ଢତୀରାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ୫୧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ମେଳାକୁ ପୁରାତନ ଛାତ୍ର ସଂସଦ ସଭାପତି ଅନାଦି ଚରଣ ସେନାପତି ଉଦ୍ଘାଟନ କରିଥିଲେ । ଏଥିରେ ଶିକ୍ଷାବିତ ପ୍ରମୋଦ କୁମାର ସ୍ୱାଇଁ , ବିଜ୍ଞାନ ଶିକ୍ଷକ ହିମାଶୁଂ ଶେଖର ବାରିକ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ମେଳା ଆୟୋଜନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୁରୁତ୍ୱ ବହନ କରେ ବୋଲି କହିଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ପ୍ରିୟମ୍ବଦା ରାଉତ, ପ୍ରଭାସିନୀ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କମିଟି ସଭ୍ୟସଭ୍ୟା ସହେଯାଗ କରିଥିଲେ ।