ସେତୁରେ ଗାଧୋଉଥିବା ବେଳେ ପାଣିରେ ବୁଡି ୧ ମୃତ ୧ ଗୁରୁତର
ଯାଜପୁର , ବଡ଼ଚଣା ଥାନା ବାଇଶିମୌଜା ସେତୁ ନିକଟସ୍ଥ ବଡ଼ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ଜଣ ଛାତ୍ର। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଉଦ୍ଧାର ହୋଇଛି। ଆଜି ଅରଖପୁର ପଂଚାୟତସ୍ଥ ରାଧାଦେଇପୁର ଗ୍ରାମର ଚିନ୍ମୟ ସାହୁ ଓ ଶାନ୍ତନୁ କୁମାର ବଳ ଉଭୟ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଅସବଧାନତାବଶତଃ ପାଣିରେ ବୁଡି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଶାନ୍ତନୁକୁ ଉଦ୍ଧାର କରିଥିବା ବେଳେ ଚିନ୍ମୟ ନିଖୋଜ ହୋଇଯାଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ନଦୀରେ ଖୋଜା ଖୋଜି କରି ତାକୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଚିନ୍ମୟକୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଡ଼ଚଣା ପୁଲିସ ଘଟଣାର ତଦନ୍ତ ଚଳାଇଛି।