ସେଦିନ ପଖାଳ
ଢିଙ୍କି କୁଟା ଧାନ
ଉସୁନା ଚାଉଳ
ପଖାଳ ଦେହକୁ ବଳ,
ଖାଇ କଲେ ହଳ
ନ ସରଇ ବଳ
ଗଡି ଯାଉ ପଛେ ବେଳ ।
ଜାନ୍ତ୍ରିକ ଯୁଗରେ
ଢିଙ୍କି ହଜିଗଲା
ନାଲି ଉସୁନା ଚାଉଳ,
କାଳିଆ କସରା
ବଳଦ ହଜିଲେ
ସପନ ହଳ ଲଙ୍ଗଳ ।
ସପନ ହୋଇଲା
ପଖାଳ ଖାଇବା
ବସି ବିଲ ହିଡ ମୁଣ୍ଡେ,
ପଖାଳ ମିଳୁଛି
ତୋରାଣି ନମିଳେ
ଚଷାପୁଅ ଦେବ ତୁଣ୍ଡେ ।
ସପନ ହେଲାଣି
ସେ ବାସି ପଖାଳ
ସଜ ପଖାଳରେ ମନ,
ଯେତେ ପରକାର
ପଖାଳ ଖାଇଲେ
ସେ ପଖାଳ ସ୍ବାଦ ସ୍ବପ୍ନ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ