ସେନସେକ୍ସରେ ୧୦୦୦ ପଏଣ୍ଟର ଅଭିବୃଦ୍ଧି : ୯୮୦୦ ଅତିକ୍ରମ କଲା ନିଫ୍‌ଟୀ

ମୁମ୍ବାଇ : କରୋନା ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଗୁରୁବାର ଭାରତୀୟ ସେୟାର ବଜାର ଉପରକୁ ଉଠିଛି । ଗୁରୁବାର ସେନ୍‌ସେକ୍ସ ୧୦୦୦ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେନ୍‌ସେକ୍ସରେ ୩.୦୯ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ୧୦୧୧.୩୮ ପଏଣ୍ଟ ବୃଦ୍ଧି ଘଟି ୩୩୭୭୮.୩୪ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟୀରେ ମଧ୍ୟ ୩୦୧.୨୦ ପଏଣ୍ଟର ଅଭିବୃଦ୍ଧି ଘଟିଥିବା ବେଳେ ଏହା ୯୮୫୪.୫୫ ପଏଣ୍ଟରେ ପହଞ୍ଚିଛି । ଆମେରିକୀୟ ବୈଜ୍ଞାନିକଙ୍କ ପକ୍ଷରୁ କରୋନା ଔଷଧର ଟ୍ରାଏଲ୍‌ ଖବର ଆସିବା ପରେ ଏସିଆନ୍‌ ଟ୍ରେଡିଂ ପ୍ରଥମ ଥର ପାଇଁ ଗ୍ରୀନ୍‌ରେ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ