ସେନାର ସାହାସକୁ ସଲାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ହେଉଛି ଭାରତୀୟ ସ୍ଥଳ ସେନା ପ୍ରତିଷ୍ଠା ଦିବସ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳ ସେନା ଦିବସ ରୂପେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି । ୧୨୫ କୋଟି ଲୋକମାନଙ୍କ ପାଇଁ ସେନା ନିଜ ଜୀବନକୁ ବାଜି ଲଗାଇଥାଆନ୍ତି । ଏହି ଅବସରରେ ଦିଲ୍ଲୀରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥାଏ । ସେନା ଦିବସ ଅବସରରେ ତିନି ସେନାଙ୍କ ପ୍ରମୁଖ ଜେନେରାଲ ମୁକୁନ୍ଦ ନରବଣେ, ଏୟରଚିଫ ମାର୍ଶଲ ଆରକେଏସ ଭଦୌରିୟା ଏବଂ ନୌସେନା ପ୍ରମୁଖ ଏଡ଼ମିରଲ କରମବୀର ସିଂହ ଆଜି ସକାଳେ ଜାତୀୟ ଯୁଦ୍ଧ ସ୍ମାରକୀ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୂଚନାଥାଉକି ୧୭୭୬ ମସିହା ଜାନୁଆରୀ ୧୫, ରେ ଭାରତୀୟ ସେନା ଗଠନ କରାଯ୍ଧବଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ