ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି
ବାଲେଶ୍ୱର : ଜିଲ୍ଲା ବିଜେପି ପକ୍ଷରୁ ଟାଉନ ହଲରେ ସୈନିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ଶୁଭଙ୍କର ମହାପାତ୍ର ସଂଯୋଜନା କରିଥିଲେ । ପ୍ରଥମେ ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ସହୀଦଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରି ନୀରବ ପ୍ରାର୍ଥନା କରିବା ପାଇଁ ଆହ୍ୱାନ ଦେବା ସହ ଦେଶମାତୃକା ସେବାରେ ଯୁବକ ମାନେ ନିଜକୁ ନିୟୋଜିତ କରିବା ପାଇଁ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ମୋଦିଙ୍କ କୁଟନୈତିକ କାରଣରୁ ପାକିସ୍ତାନ ଚାପଗ୍ରସ୍ତ ହୋଇ ବାୟୁସେନାର ବୀର ସୈନିକ ଅଭିନନ୍ଦନକୁ ବିନା ସର୍ତ୍ତରେ ଭାରତକୁ ହସ୍ତାନ୍ତର କରିବା ସମସ୍ତ ଭାରତବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ । ଏଥିରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ସେନାବାହିନୀର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ୨୦୦ରୁ ଉଦ୍ଧ୍ୱର୍ ଅବସରପ୍ରାପ୍ତ ସେନା ଅଧିକାରୀ ଓ ସେନା କର୍ମଚାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗୌରାଙ୍ଗ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସୈନିକ ସମ୍ମାନ ସମାରୋହ କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ମିହିର ପାଣି, ଜିଲ୍ଲା ଉପ ସଭାପତି ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଚିତ୍ତରଞନ ପଣ୍ଡା, ଯୋଗେନ ରଣା, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ଧିରଜ ମହାନ୍ତି, ଲୋକନାଥ ଭୂୟାଁ, ମନ୍ମୟ ଦାସ, ନିତିନ ଦାସ, ବିକାଶ ପାଢୀ, ମଣ୍ଟୁ ପେରିୱାଲ, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ସ୍ୱରଝଙ୍କାର ସେଠୀ, ଅରୁପ ଜେନା, ବିଜନ ମହାରଣା, ବିବେକାନନ୍ଦ ରାଉତ, ଆଶାଲତା ବାଡି, ପବନ କମିଳା, ଦିଲ୍ଲୀପ ଦାସ, ସ୍ୱାଧୀନ ପଣ୍ଡା, ଚନ୍ଦନ ଦାସ, ଶୋଭାକର ସାହୁ, ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।