ସେନା ସୁରକ୍ଷା ନ ଥିବା ଦେଶ

କୌଣସି ଦେଶର ସୁରକ୍ଷା ବ୍ୟବସ୍ଥା ଦୁଇଟି ସ୍ତର ଦେଇ ଗତି କରିଥାଏ । ଗୋଟିଏ ହେଉଛି ପୁଲିସ ଏବଂ ଅନ୍ୟଟି ସେନା । ପୁଲିସର ଦାୟିତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ହୋଇଥିବାବେଳେ ସେନାର ଦାୟିତ୍ୱ ଦେଶ ବାହାରର ସୁରକ୍ଷା ଅର୍ଥାତ୍ ସୀମା ସୁରକ୍ଷା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ଏମିତି ବି କିଛି ଦେଶ ରହିଛି ଯାହାଙ୍କ ପାଖରେ କୌଣସି ସେନା ବିଭାଗ ନାହିଁ । ଅପରପକ୍ଷେ ଏହି ଦେଶଗୁଡ଼ିକର ସୁରକ୍ଷା ଅନ୍ୟ ଦେଶ ବହନ କରୁଛନ୍ତି ।
ଭାଟିକାନ୍ ସିଟି ହେଉଛି ବିଶ୍ୱର ସବୁଠୁ ଛୋଟ ଦେଶ । ଏହା ନିକଟରେ କିଛି ସେନା ବ୍ୟବସ୍ଥା ମଧ୍ୟ ନାହିଁ । ପୂର୍ବରୁ ଏଠାରେ ନୋବେଲ୍ ଗାର୍ଡ଼ ରହୁଥିଲେ କିନ୍ତୁ ୧୯୭୦ ମସିହା ପରରୁ ଏହି ସଂସ୍ଥାକୁ ଧ୍ୱଂସ କରିଦିଆଗଲା । ତେଣୁ ଭାଟିକାନ୍ର ସୁରକ୍ଷା ଦାୟିତ୍ୱ ଇଟାଲୀ ସେନା ନେଉଛି ।
ମୋନାକୋ ମଧ୍ୟ ଗୋଟିଏ ଛୋଟ ଦେଶ । ଯେଉଁଠି ୧୭ଶହ ଶତାବ୍ଦୀରୁ ଦେଶର ସୁରକ୍ଷା ପାଇଁ ସେନା ନାହାଁନ୍ତି । ମାତ୍ର ଦୁଇଟି ଛୋଟ ଛୋଟ ମିଲିଟାରୀ ଦଳ ଅଛନ୍ତି, ତା’ ମଧ୍ୟରୁ ଗୋଟିଏ ରାଜକୁମାରଙ୍କ ସୁରକ୍ଷା କରନ୍ତି ଏବଂ ଅନ୍ୟଟି ନାଗରିକଙ୍କ ପାଇଁ । ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ମରିସସ୍ ଏକ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର । ଏଠାରେ ମଧ୍ୟ ୧୯୬୮ରୁ ସେନା ସୁରକ୍ଷା ନାହିଁ । କିନ୍ତୁ ଦଶ ହଜାର ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିବାବେଳେ ଏମାନେ ଉଭୟ ଆଭ୍ୟନ୍ତର ଓ ସୀମା ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି ।
ୟୁରୋପର ଦ୍ୱିତୀୟ ସର୍ବବୃହତ୍ ଦ୍ୱୀପ ଆଇସ୍ଲ୍ୟାଣ୍ଡ୍ରେ ମଧ୍ୟ ୧୮୬୯ରୁ କୌଣସି ସୁରକ୍ଷା କର୍ମୀ ନାହାଁନ୍ତି । ତେଣୁ ଆମେରିକୀୟ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ସୁରକ୍ଷା ପ୍ରଦାନ କରାଯାଉଛି ।
ମଧ୍ୟ ଆମେରିକାର କାରିବୀନ୍ ଅଞ୍ଚଳ ସ୍ଥିତ ଏକ ଛୋଟ ଦେଶ ହେଉଛି କୋଷ୍ଟା ରିକା । ସେଠାରେ ମଧ୍ୟ ୧୯୪୮ ମସିହା ପରଠାରୁ ସେନା କର୍ମୀଙ୍କୁ ମୁତୟନ କରାଯାଇନାହିଁ । କାରଣ ୧୯୪୮ରେ ଭୟଙ୍କର ଗୃହଯୁଦ୍ଧ ହୋଇଥିବାବେଳେ ଦେଶ ନିଜର ସେନା ବ୍ୟବସ୍ଥାକୁ ଶେଷ କରିଦେଲା । ଏହା ହେଉଛି ବିନା ସେନା ସୁରକ୍ଷାରେ ପରିଚାଳିତ ସର୍ବବୃହତ୍ ଦେଶ । ତେଣୁ ପୋଲିସ ଏଠାକାରର ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା ଚଳାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ