ସେପ୍ଟେମ୍ବରରୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି।ଏହାର ଅର୍ଥ ମହଙ୍ଗା ଭତ୍ତା(ଡିଏ)ରେ ମୋଟ ୧୧% ବମ୍ଫର ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। କେନ୍ଦ୍ର ସରକାର ସେପ୍ଟେମ୍ବର ମାସରୁ ନିଜର କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦେବା ଆରମ୍ଭ କରିବେ। ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ ୨୦୨୦ ଜାନୁଆର ୧ରୁ ୨୦୨୧ ଜୁନ୍‌ ୩୦ ଯାଏ କୌଣସି କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ ନାହିଁ।ଏହାର ଅର୍ଥ କର୍ମଚାରୀଙ୍କ ୩ କିସ୍ତି ମହଙ୍ଗା ଭତ୍ତା ବାକି ରହିଥିଲା। ଏହି ଅର୍ଥକୁ କରୋନା ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାର କହିଥିଲେ। ଏବେ ବାକି ରହିଥିବା କିସ୍ତି ସହ ନୂଆ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ସେପ୍ଟେମ୍ବରରୁ ମିଳିବା ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ