ସେପ୍ଟେମ୍ବର ପହିଲାରୁ ସରକାରୀ ଅଫିସକୁ ଜନସାଧାଣଙ୍କୁ ଅନୁମତି

ଛତ୍ରପୁର,(ଦେବଦତ୍ତ ମହାରଣା): ଆସନ୍ତା ସେପ୍ଟେମ୍ବର ପହିଲାରୁ ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିବ। ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଅତିିରିକ୍ତ ଜିଲାପାଳ (ଛତ୍ରପୁର) ପାରୁଲ ପଟୱାରି ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ, କରୋନା ନେଇ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ନିଷେଧ ରହିଛି । ଛତ୍ରପୁର ସବ୍‌ଡିଭିଜନର ଗ୍ରାମାଞ୍ଚଳରେ ୩୦ ଓ ସହରାଞ୍ଚଳରେ ୧୫କୁ ମିଶାଇ ମୋଟ ୪୫ ମିନି କଣ୍ଟେନମେଣ୍ଟ ଜୋନ୍‌ ରହିଛି । ସେହିପରି ଏହି ସବ୍‌ଡିଭିଜନ ଅଧୀନ ୯୫୧ ଗାଁ ମଧ୍ୟରୁ ୭୭୧ଟି ଗାଁ ଏବଂ ସହରାଞ୍ଚଳରେ ଥିବା ୧୩୬ ୱାର୍ଡ ମଧ୍ୟରୁ ୯୬ଟି ୱାର୍ଡ ଗ୍ରୀନ୍‌ ଜୋନ୍‌ରେ ରହିଛି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧୪ ଜଣ ପ୍ଲାଜମା ଦାନ ପାଇଁ ଚିହ୍ନଟ ହୋଇଥିବା ସ୍ବତନ୍ତ୍ର ଏଡିଏମ୍‌ କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ