ସେପ୍ଟେମ୍ବର ୨୭ ଭାରତ ବନ୍ଦର ଗ୍ରାମାଞ୍ଚଳରେ ପ୍ରଭାବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ପଞ୍ଚାୟତର କୁସୁନୁପୁର ମଠ ପରିସରରେ ଅରଡପଲ୍ଲୀ, ସାନଜରିଆ, ବଡମୋହନପୁର ଭଳି ୩ଟି ପଞ୍ଚାୟତର ୧୬ଟି ରାଜସ୍ୱ ଗ୍ରାମର ଅଗ୍ରଣୀ ଚାଷୀମାନଙ୍କର ମିଳିତ ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସମର୍ଥନ କରାଯାଇ ସ୍ଥାନୀୟ ଗ୍ରାମାଞ୍ଚଳ ଠାରୁ ପଟ୍ଟାମୁଣ୍ଡାଇ ସହରାଞ୍ଚଳ ପର୍ଯ୍ୟନ୍ତ ଜରୁରୀ ସେବା ବ୍ୟତିତ ସମସ୍ତ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରାପଡା ଜିଲ୍ଲା ଆବାହକ ଗୟାଧର ଧଳ, ଓଡିଶା କୃଷକ ସଭା ଜିଲ୍ଲା ନେତା ବିଜୟ ଦାସ, ନବ ନିର୍ମାଣ କୃଷକ ସଂଗଠନ କିଷାନ ଦାଶରଥୀ ସାହୁ, ଦୋଳଗୋବିନ୍ଦ ସାହୁ, ସାନଜରିଆ ପଞ୍ଚାୟତର ନାଏବ ସରପଞ୍ଚ ସୁରେନ୍ଦ୍ର ପରିଡା ପ୍ରମୁଖ ଭାରତ ବନ୍ଦ ସମର୍ଥନରେ ବକ୍ତବ୍ୟ ରଖିଥିଲେ । ୱାର୍ଡସଭ୍ୟ ତଥା ଯୁବ କୃଷକ ସହଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚାଷୀ ସୁଦର୍ଶନ ମଳିକ, ଶିଶିର ବାରିକ, ଅକ୍ଷୟ ଜେନା, ଶତୃଘନ ରାଉତ, ସୁକାନ୍ତ ସାହୁ, ନିତ୍ୟାନନ୍ଦ ଦାଶ, ଶ୍ରୀନିବାସ ମଳିକ, ପ୍ରାଣକୃଷ୍ଣ ଗାହାଣ, ଭଜହରି ପ୍ରଧାନ, ବିଭୂତି ଭୂଷଣ ଦାସ, ରବିନ୍ଦ୍ର ମଳିକ, ପ୍ରତାପ ନାୟକ, ସୁନାକର ବେହେରା, ହରେକୃଷ୍ଣ ବାରିକ, ଗୁଣମଣୀ ବେହେରା, ଭୀମସେନ ବେହେରା, ପ୍ରେମାନନ୍ଦ ମଳିକ ପ୍ରମୁଖ ଅଗ୍ରଣୀ ଚାଷୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ