ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ: ପ୍ରଚାରରେ ରୋଡ ସୋ, ରାଲି ମନା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆସନ୍ତା ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଡ୍ ଗ୍ରହଣ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଏନେଇ ଶନିବାର ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି ।ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ କରୋନା କଟକଣା ମାନି ନିର୍ବାଚନ କରାଯିବ । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର କରିବା ନିମନ୍ତେ ଅନୁମତି ମିଳିଛି । ରୋଡ଼ ସୋ’, ସାଇକେଲ ରାଲି, ବାଇକ ରାଲିକୁ ବାରଣ ହୋଇଛି । ସେହିଭଳି ଦ୍ୱାରକୁ ଦ୍ୱାର ନିର୍ବାଚନ କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ କର୍ମୀ ମତଦାତାଙ୍କ ପାଖକୁ ଯାଇପାରିବେ । ମତଦାନର ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ନିୟମ ଭାଙ୍ଗିଲେ ଷ୍ଟାର ପ୍ରଚାରକଙ୍କୁ ବାଦ ଦିଆଯିବ । ମତଦାନ ପୂର୍ବରୁ ଭୋଟରଙ୍କ ତାପମାତ୍ରା ମପାଯିବ । ଭୋଟ ବେଳେ ସାମିଲ ରହୁଥିବା ସମସ୍ତଙ୍କୁ ୨ ଡୋଜ୍ ଟିକା ନେବା ନିହାତି ଜରୁରୀ । ନିବର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ ୫୦୦ ଲୋକ ଭାଗ ନେଇ ପାରିବେ ।ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ । ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ତାଲିକା ୨୦ ଜଣରେ ସୀମିତ କରାଯାଇଛି । ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି ।
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା । ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା । ହେଲେ ଏହା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଉପନିର୍ବାଚନ ର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ