ସେପ୍ଟେମ୍ୱର ୧ ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ !
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ଚଳିତ ବର୍ଷ ସେପ୍ଟେମ୍ୱର ମାସ ୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଆମ ଜିଲ୍ଲାର ସମସ୍ତ ୧୬୧୯ ଗୋଟି ଭୋଟ କେନ୍ଦ୍ର ସହ ସମସ୍ତ ଭୋଟର ସହାୟତା କେନ୍ଦ୍ରରେ ଏହାର ସୁବିଧା ଭୋଟର ମାନେ ନେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଓ ଭୋଟର ମାନଙ୍କର ଅନୁଧ୍ୟାନ କାର୍ଯ୍ୟକ୍ରମ ସଂପର୍କରେ ଏକ ବୈଠକ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲାର ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମୟରେ ଭୋଟର ମାନେ ସେମାନଙ୍କର ତୃଟିକୁ ମଧ୍ୟ ସଂଶୋଧନ କରାଇପାରିବେ । ତା ୧ା୧ା୧୯ ରିଖକୁ ଯେଊଁ ମାନଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ୍ୱ ହେଊଥିବ ସେମାନେ ସେମାନଙ୍କର କୈାଣସି ଏକ ପ୍ରମାଣ ପତ୍ର ଓ ପଂଟୋ ପ୍ରଦାନ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ । ଏହି ପ୍ରମାଣପତ୍ର ଗୁଡିକ ହେଲା ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସ୍ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପଂଟୋ ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟ ପତ୍ର, ପଂଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅପିଂସର ପାସ୍ ବୁକ୍, ପାନ୍ କାର୍ଡ ,ଏନ୍ ପି ଆରର ସ୍ମାର୍ଟ କାର୍ଟ, ଏମ୍ଏନ୍ଆରଇଜିଏସ୍ ର ଜବ୍ କାର୍ଡ , ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ , ପଂଟୋ ଥିବା ପେନ୍ସନ୍ ଦସ୍ତାବିଜ, ସାଂସଦ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର । ଭୋଟର କେନ୍ଦ୍ର ସହ ସମସ୍ତ ବ୍ଳକ, ତହସିଲ, ପୈାର ପରିଷଦ ଓ ଊପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭୋଟର ସହାୟତା କେନ୍ଦ୍ରରେ ମଧ୍ୟ ଭୋଟର ମାନେ ସହାୟତା ପାଇପାରିବେ । ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏହି ସମୟ ମଧ୍ୟରେ ଭୋଟର ମାନେ ବୁଥ୍କୁ ବା ସହାୟତା କେନ୍ଦ୍ରକୁ ଯାଇ ଭୋଟର ତାଲିକା ତନଖି କରି ସେମାନଙ୍କ ନାମ, ବୟସ, ଠିକଣା, ସଂପର୍କ ଇତ୍ୟାଦିରେ ତୃଟି ଥିଲେ ସଂଶୋଧନ ପାଇଁ ଆବେଦନ କରିପାରିବେ ବୋଲି କହିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଠିତ ଇଲେକ୍ଟୋରାଲ ଲିଟେରାସି କ୍ଳବ ମାନଙ୍କରେ, ସରକାରୀ, ବେସରକରୀ ସଂଗଠନ ମାନଙ୍କରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭୋଟରଙ୍କୁ ସଚେତନ ପାଇଁ ପୋଷ୍ଟର, ବ୍ୟାନର, ବିଭିନ ବିଜ୍ଞାପନର ବ୍ୟବସ୍ଥା ମଧ୍ୟ କରାଯାଇଚ୍ଥି । ଭୋଟରଙ୍କୁ ସଚେତନ ଓ ଆକୃଷ୍ଟ ପାଇଁ ପାରମ୍ପରିକ ଲୋକ କଳାର ସହାୟତା ମଧ୍ୟ ନିଆଯିବ ବୋଲି ଅପରାହ୍ନରେ ଏ ସଂପର୍କରେ ଗଣିମାଧ୍ୟମ ପ୍ରତିନିଧି ମାନଙ୍କ ସହ ଅନୁୁଷ୍ଠିତ ବୈଠକରେ ଊପଜିଲ୍ଲାପାଳ ତଥା ଏ.ଇ.ଆର.ଓ. ଶ୍ରୀ ଧଳ ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି, ସମସ୍ତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀଙ୍କ ପ୍ରତିନିଧି, ଗଣାମାଧ୍ୟମ ପ୍ରତିନିଧି ପ୍ରମୁଖ ଊପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୋଟର ତାଲିକା ସଂଶୋଧନ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀ ପଦ୍ମନାଭ ଦାଶ, ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।