ସେବାଶ୍ରମରେ ୧୦ମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ସେବାଶ୍ରମରେ ଜଣେ ୧୦ମ ଶ୍ରେଣୀର ନାବାଳିକା ଗର୍ଭବତୀ ହେବା ଘଟଣା ଜନମାନସକୁ ଚକିତ କରିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଚାନ୍ଦିପୁଟ ଠାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ସେବାଶ୍ରମ ବା ବାଲିକା ହଷ୍ଟେଲରେ ରହି ୧୦ମ ଶ୍ରେଣୀ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ସୁଚନା ମିଳିଛି । ସେବାଶ୍ରମରେ ପ୍ରତ୍ୟେକ ମାସରେ ହେଉଥିବା ମାସିକ ରୁଟିନ ଟେଷ୍ଟ ଦ୍ୱାରା ସମ୍ପୃକ୍ତ ନାବାଳିକାଟି ଗର୍ଭବତୀ ଥିବା ଜଣାପଡିଛି । ଏ ଘଟଣା ଜଣାପଡିବା ପରେ ସେବାଶ୍ରମର ପ୍ରଧାନଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା ଏହାକୁ ଗୁରୁତ୍ୱ ମନେକରି ତୁରନ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ମୋହନା ବିଡିଓଙ୍କୁ ଜଣାଇଥିଲେ । ଏହାପରେ ମୋହନା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ପୋଲିସ ଏବଂ ପ୍ରଶାସନ ଅଧିକାରୀମାନେ ସେବାଶ୍ରମରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ଏଥିରେ ୧୦ମ ଶ୍ରେଣୀ ନାବାଳିକା କହିଥିଲା ନିଜ ଗ୍ରାମର ଜଣେ ସମ୍ପର୍କୀୟ ନାବାଳକଙ୍କ ସହ ସମ୍ପର୍କ ଥିଲା । ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ କହିଛନ୍ତି ଯେ, ଏହା ଜଣାପଡିବା ପରେ ସମ୍ପୃକ୍ତା ନାବାଳିକାକୁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଆବଶ୍ୟକ ଡାକ୍ତରୀ ମାଇନା କରାଯିବା ପରେ ନାବାଳିକାର ସୁରକ୍ଷା ପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ଆଜି ହସ୍ତାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଆର.ଉଦୟଗିରି ପୋଲିସ ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି ସମ୍ପୃକ୍ତ ନାବାଳକକୁ ଅଭିଯୋଗ ଆଧାରରେ ମୋହନା ପୋଲିସ ଥାନାକୁ ଅଣାଯାଇଥିଲା । ପରେ ଥାନାରୁ ଆଜି ନାବାଳକକୁ ପାରଲାଖେମୁଣ୍ଡି ଠାରେ ଥିବା ଜୁଭେନାଲ କୋର୍ଟକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ