ସେବା ଗ୍ରୁପ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ସେବାଗ୍ରୁପ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଆବାହକ ସ୍ୱଦେଶ ପରିଡାଙ୍କ ତତ୍ୱାବଧାନରେ ଯାଜପୁର ରେଲ ଷ୍ଟେସନ ସମେତ ବସଷ୍ଟାଣ୍ଡ ଠାରେ ଯାତ୍ରୀମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ସେବାଗ୍ରୁପର ଯାଜପୁର ସଦସ୍ୟ ଯାଜ୍ଞସେନୀ ନାୟକ, ଜ୍ୟୋସ୍ନା ନାୟକ, ଧନୁଞ୍ଜୟ ନାୟକ, ନନ୍ଦକିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବିତରଣ କରିଥିଲେ । କରୋନା ମହାମାରୀ ଠାରୁ ଏଯାବତ ସେବାଗ୍ରୁପ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥିବାରୁ ବୃଦ୍ଧିଜୀବି ମାନେ ଏହାର ଉତ୍ତରୋତ୍ତର କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ