ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପାଢୀଙ୍କ ଦେହାନ୍ତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡ଼ା ଅରବିନ୍ଦ ନଗର ନିବାସୀ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପାଢୀ (୭୩) ଙ୍କ ପରଲୋକ ହୋଇଯାଇଛି। ସେ ଗତ ୨୪ ତାରିଖ ଦିନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାହାଙ୍କୁ ଭୁବନେଶ୍ବର ସଂଜୀବନୀ ଓ ପରେ ହାଇଟେକ୍ ହସ୍ପିଟାଲକୁ ନିଆଯାଇଥିଲା । ୨୯ ତାରିଖ ସକାଳ ୧୧ ଟା ବେଳେ ଆଇ ସି ୟୁ ରେ ଥିବା ଅବସ୍ଥାରେ ହିଁ ତାହାଙ୍କର ଦେହାନ୍ତ ହୋଇଯାଇଥିଲା। ସ୍ଵର୍ଗତ ପାଢୀ ଜଣେ ସଦାନନ୍ଦୀ, ଧର୍ମପ୍ରାଣ ଓ ଦାନୀ ହିସାବରେ ସର୍ବାଜନାଦୃତ ଥିଲେ। ପ୍ରତ୍ୟେହ ବିଭିନ୍ନ ବର୍ଗର ଲୋକଙ୍କ ସହ ତାହାଙ୍କ ଚାହା ଆସର ପାଇଁ ତାଙ୍କୁ ପ୍ରଫୁଲ୍ଲ ଆସର ରୂପେ ଲୋକ ଡାକୁଥିଲେ। କିଛି ବର୍ଷ ପୂର୍ବେ ତାହାଙ୍କ ଧର୍ମପତ୍ନୀ ଙ୍କ ଦେହାନ୍ତ ହୋଇଯାଇଥିଲା। ସ୍ଵର୍ଗତ ପାଢୀ ବୁଗୁଡ଼ା ବ୍ଲକ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ୍ ର ପ୍ରତିଷ୍ଠାତା ସଦସ୍ୟ ତଥା କାର୍ଯ୍ୟକାରୀ ସଦସ୍ୟ ରୂପେ ସକ୍ରିୟ ରହିଥିଲେ। ପ୍ରତିବର୍ଷ ଓଡ଼ିଶାର ବହୁ ବିଦ୍ଵାନ ପ୍ରବଚକଙ୍କୁ ନେଇ ଭାଗବତ ସପ୍ତାହ, ସତସଙ୍ଗ ଓ ଅନ୍ୟ ଯଜ୍ଞାଦି କରି ସେ ବେଶ୍ ଲୋକପ୍ରିୟ ମଧ୍ୟ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ଦୁଇ ପୁତ୍ର ଅନିଲ କୁମାର ଓ ଅଜୟ କୁମାର, ଦୁଇ ପୁତ୍ରବଧୂ ଦୁଇ କନ୍ୟା ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ସେବା ନିବୃତ୍ତ ଶିକ୍ଷକ ଟ୍ରଷ୍ଟ୍ ପକ୍ଷରୁ ସ୍ଵର୍ଗତ ପାଢୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ