ସେବା ନିବୃତ କର୍ମଚାରୀଙ୍କ ସ୍ମୃତି ଚାରଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୋରିଗାଁ ପଂଚାୟତ ଆଲିହା ଠାରେ ସେବା ନିବୃତ ସରକାରୀ କର୍ମଚାରୀ ଅଭିରାମ ସାମଲଙ୍କ ଏକାଦଶାହ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଶିକ୍ଷାବିତ୍ ସଚ୍ଚିକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ସୁଧାକର ନାୟକ,ମାୟାଧର ଭଞ୍ଜ,ଭାଗିରଥି ବରାଳ,ଶରତ କୁମାର ଵେହୁରିଆ,ଵିଦ୍ୟାଧର ପରିଡା,ରଵିନ୍ଦ୍ର ସାମଲ,ନିରାକାର ରାଉତ,ଅଭିମନ୍ୟୁ ମଲ୍ଲିକ,ଆନନ୍ଦ ଚନ୍ଦ୍ର ରାଉତ, ନିରାକାର ଧଳ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସାମଲ ଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ।ଏକାଧାରରେ ସେ ଜଣେ କର୍ତଵ୍ୟନିଷ୍ଟ ସରକାରୀ କର୍ମଚାରୀ ଭାବେ ପରିଚିତ ଥିବା ବେଳେ ଅବସର ପରେ ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଆୟୋଜିତ ସ୍ମୃତିଚାରଣ ସଭାରେ ଗ୍ରାମ ସମେତ ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇ ସ୍ଵର୍ଗତ ସାମଲ ଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ଅକ୍ଷୟ ସାମଲ ଧନ୍ୟବାଦ ଅର୍ପଣ କରିଥିଵା ଵେଳେ ଅଶୋକ ସାମଲ,ଆଲୋକ ସାମଲଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।