ସେବା ନିବୃତ ସେନାଙ୍କ ବନ୍ଧୁ ମିଳନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡ଼ା ଉପକଣ୍ଠରେ ଥିବା କାରଗିଲ ସହିଦ୍ ଭବନ ଠାରେ ରବିବାର ଦିନ ଗଞ୍ଜାମ ଜିଲ୍ଲାର ସେବା ନିବୃତ ସେନାଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ସେନା ଓ ବୀର ନାରୀ ମାନେ ଏକତ୍ରିତ ହୋଇ ସହିଦ ସ୍ତମ୍ଭ ନିକଟରେ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥଳ ବିଭାଗ, ବାୟୁ ବିଭାଗ ଏବଂ ଜଳ ବିଭାଗର ସେବା ନିବୃତ ସୈନ୍ୟ ମାନଙ୍କୁ ନେଇ ଗଠିତ ହୋଇଥିବା ସଂଗଠନର ସଭାପତି ସୂର୍ୟ୍ୟ ନାରାୟଣ ଦାସ, କୋଷାଧ୍ୟକ୍ଷ କାଳୀ ଚରଣ ପଟ୍ଟନାୟକ ଏହାକୁ ଆୟୋଜନ କରିଥିଲେ । ଏଥିରେ ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଦାଶ,ଓ ସଭାପତି ବ୍ରଜବିହାରୀ ପାଢୀ ଯୋଗ ଦେଇ ସହିଦ୍ ମାନଙ୍କ ସ୍ମୃତି ଚାରଣ କରିଥିଲେ କ୍ଷ ବୁଗୁଡାରେ ଗଢି ଉଠିଥିବା ସେବା ନିବୃତ ସେନା ମାନଙ୍କ ସଂଘ ଦୀର୍ଘ କୋଡ଼ିଏ ବର୍ଷ ହେଲା ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ବୁଗୁଡ଼ା ଏବଂ ଆଖପାଖ ଅଞ୍ଚଳର ବହୁ ସେନା ସାମିଲ ହୋଇଛନ୍ତି । ଶେଷରେ ଗଞ୍ଜାମ ଜିଲ୍ଲାର ସହ ସମ୍ପାଦକ ପଦ୍ମ ନାଭ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।