ସେବା ସପ୍ତାହରେ ବିଜେପି ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ଆଜି ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବିଜେପି ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସହିତ ଜନସଚେତନତା ଓ ସାମୁହିକ ଶପଥପାଠ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ପଞ୍ଚାୟତ ସଭାପତି କିଶୋର ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ, ବନମାଳୀ ଜେନା, ଶଙ୍କର୍ଷଣ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସେଣ୍ଢତୀରା ବଜାରସ୍ଥିତ ଶିବ ମନ୍ଦିର, ତାରିଣୀ ମନ୍ଦିର, ଉପ୍ରା ବିଦ୍ୟାଳୟ, ବ୍ୟାଙ୍କ ସମ୍ମୁଖ ଓ ବଜାର ଅଞ୍ଚଳ ଆଦି ସଫେଇ କରାଯିବା ସହିତ ଅଳିଆ ଆବର୍ଜ୍ଜନାକୁ ଟ୍ରକ୍ ଯୋଗେ ପରିତ୍ୟକ୍ତ ସ୍ଥାନରେ ପକାଯାଇଥିଲା । ଏଥିସହିତ ବ୍ଲିଚିଂ ପାଉଡର ପକାଯାଇ ବଜାର ଅଞ୍ଚଳକୁ ସ୍ୱଚ୍ଛ କରାଯାଇଥିଲା, ପରେ ସ୍ୱଚ୍ଛତା ସଂପର୍କୀତ ଏକ ସଚେତନତା ସଭା କରାଯାଇ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ମନୋରଞ୍ଜନ ଦଳାଇ, ଅମ୍ଳାନ ସେନାପତି, ପୀତବାସ ପଣ୍ଡା, ତାପସ ଖଣ୍ଡେଇ, ବାବୁଲା ଜେନା, ମଣ୍ଟୁ ଜେନା, ଅଶୋକ ବାରିକ, ପୁଷ୍ପଲତା ବେହେରା, ସୁବ୍ରତ ସେନାପତି, ଦେବେନ୍ଦ୍ର ଜେନା, ନାରାୟଣ ଜେନା, ଶ୍ରୀନିବାସ ମଙ୍ଗଳ, ରଞ୍ଜନ ଜେନା, ଟୁଟୁ ଜେନା, ମନୋଜ ସ୍ୱାଇଁ, ଅଶୋକ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।


