ସେବା ସପ୍ତାହରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ବ୍ରହ୍ମପୁର ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନିର୍ଦ୍ଧେଶ କ୍ରମେ ହାତକୁ ନିଆଯାଇଛି । ଆଜି ବ୍ରହ୍ମପୁର ବିଜେପି ସାନବଜାର ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବ୍ରହ୍ମପୁର ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ବିଜେପି କର୍ମକର୍ତା ମାନେ ବିଭିନ୍ନ କିସମର ଚାରା ରୋପଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିର୍ଘାୟୁ କାମନା କରିଥିଲେ । ଅଁଳା,ବେଲ ଆଦି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ବିଜେପି ସାନବଜାର ମଣ୍ଡଳ ସଭାପତି ସରୋଜ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଭାତ ଷଡଙ୍ଗୀ,ଏନ.ରାଜେନ୍ଦ୍ର କୁମାର,ସୁଭାଷିନୀ ପଟ୍ଟନାୟକ,କେ.ଶ୍ରୀନିବାସ ସୁବୁଦ୍ଧି,ପ୍ରଣୟ ମହାପାତ୍ର,ଶ୍ରୀ କୁମାର ପୁରୋହିତ,ଅରୁଣ ପାଣିଗ୍ରାହୀ,ସୁମନ ଶତପଥି,ଏସ.ଶ୍ରୀନିବାସ,ବିନାୟକ ରଥ,ରାମବାବୁ ସୁବୁଦ୍ଧି,ରାଜେଶ କୁମାର ସେନାପତି,ନିନି ସାବତ,ପ୍ରବୀର ପାତ୍ର,ବାଳକୃଷ୍ଣ ସାମନ୍ତରା,ଧନୁ ପାଣିଗ୍ରାହୀ,ମଧୂ ସାହୁ,କିରଣ କୁମାର ସାହୁ,କମୋଳ ପାତ୍ର,କିରଣ ମହାନ୍ତି,ମୂରଲୀ ରାଓଙ୍କ ସମେତ ବହୁ ଦଳୀୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏହିଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ବ୍ରହ୍ମପୁର ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲ ସଭାପତି କାହ୍ନୁ ଚରଣ ପତି ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ