ସେବା ସମବାୟ ସମିତିରେ ନୂତନ ସମ୍ପାଦକ ନିଯୁକ୍ତି ଦାବୀ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିରେ ନୂତନ ସମ୍ପାଦକ ନିଯୁକ୍ତି ପାଇଁ ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ମଳିକ, ମାଧବ ଚନ୍ଦ୍ର ସାହୁ, ଆଲୋକ କୁମାର ବେହେରା, ହୃଷିକେଶ ସେଠୀ, ଚନ୍ଦନ କୁମାର ବେହେରା, ଚିତ୍ରସେନ ପଣ୍ଡା, ବିଶ୍ୱନାଥ ଦାସ, ନିରଂଜନ ପାଢୀଙ୍କ ବହୁ ଜନସାଧାରଣ ଦାବୀ କରିଛନ୍ତି । ପ୍ରକାଶ ଯେ, ଗତ ୬ ବର୍ଷ ହେବ ଏହି ସମିତିରେ ସ୍ଥାୟୀ ସମ୍ପାଦକ ନଥିବା ବେଳେ ଟିଲୋ ସେବା ସମବାୟ ସମିତିର ସମ୍ପାଦକ ଦୀର୍ଘ ୪ ବର୍ଷ ହେବ ଅତିରିକ୍ତ ଦାୟୀତ୍ୱ ତୁଲାଇଆସୁଛନ୍ତି । ଫଳରେ ସମିତି ଅଧିନରେ ଥିବା ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ମିନି ବ୍ୟାଙ୍କର ଗ୍ରାହକ ମାନେ ମଧ୍ୟ ମୁହଁ ଫେରାଇ ନେଇଛନ୍ତି । ଟିଲୋ ସମିତିକୁ ଯାଇ ଲୋକମାନେ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁନାହିଁ । ସରକାର ଚାଷୀ ମାନଙ୍କ ପାଇଁ ବହୁବିଧ ସୁବିଧା ଯୋଗାଇ ଦେଉଥିବା ବେଳେ ଉକ୍ତ ସମିତିର ଚାଷୀ ମାନେ ସୁବିଧାସୁଯୋଗରୁ ବଞ୍ôଚତ ହେଉଛନ୍ତି । ଭଦ୍ରକ ଏଆର୍ସିଏସ୍ଙ୍କ ପତ୍ର ସଂଖ୍ୟା-୧୮୭/ତା-୧୪-୧-୧୯ ରିଖ ନିଯୁକ୍ତି ପତ୍ରକୁ କାର୍ଯ୍ୟକାରୀ କରି ସମିତିର ନୂତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ସମିତି ଅଞ୍ଚଳର ସୌମ୍ୟ ରଞ୍ଜନ ନାୟକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ପୂର୍ବ ପରିଚାଳନା ପରିଷଦ ତ୍ୱାରାନ୍ୱିତ କରିସାରିଛି । ଶ୍ରୀ ନାୟକଙ୍କୁ ତୁରନ୍ତ କାର୍ଯ୍ୟଭାର ଦିଆନଗଲେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।