ସେବା ସମବାୟ ସମିତିରେ ସମସ୍ତ ନିର୍ଦେଶକ ନିଦ୍ୱନ୍ଦରେ ନିର୍ବାଚିତ
ହାଟଡିହି, (ବିକାଶ ବିଶ୍ୱାଳ) :-ଆସନ୍ତା ୧୯ତାରିଖ ଠାରୁ ହେବାକୁ ଯାଉଛି ସମବାୟ ସମିତି ନିର୍ବାଚନ । ଏଥିଲାଗି ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରି ଭୋଟ ହାତେଇବାପାଇଁ ଲାଗି ପଡିଥିବାବେଳେ କିଛି ସମିତିରେ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇପାରିଛନ୍ତି । ପ୍ରଥମରୁ ପଞ୍ଚୁ ଗୋଛିଆ ସେବା ସମବାୟ ସମିତିର ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିବାବେଳେ ଏବେ ବଡ ରମ୍ପାସ ଓ ମରୈଗାଁ ସମବାୟ ସମିତିରେ ମଧ୍ୟ ନିର୍ବାଚନ ହେବନି । ମରୈଗାଁରେ ୧୫ଟି ଆସନ ମଧ୍ୟରୁ ୧୩ଟିରେ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ୧୩ଜଣ ଯାକ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଛନ୍ତି । ଏହି ସମିତିରେ ଜଳଧର ମହାପାତ୍ର, ସୁମନ୍ତ ଗିରି, ବଳରାମ ସେଠୀ, ଶ୍ରୀଧର ଦାସ, ଭୀମସେନ ନାୟକ, ରମେଶ ଚନ୍ଦ୍ର ଦାସ, ଯୁଦ୍ଧିଷ୍ଠିର ମଲ୍ଲିକ, ଗୋପାଳକୃଷ୍ଣ ଘଡେଇ, ହିମାଶୁଂ ଶେଖର ବେହେରା, ମଧୁସ୍ମୀତା ରାଉତ, ଚକ୍ରଧର ଜେନା, ଶଶି ଶେଖର ଦାସ, ମିନତୀ ଦାସ ପ୍ରମୁଖ ସଦସ୍ୟମାନେ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ସେହିପରି ବଡରମ୍ପାସ ସେବାସମବାୟ ସମିତିରେ ପୁର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସାହୁ, ସନ୍ତୋଷ କୁମାର ଯେନା, ଅରବିନ୍ଦ ଯେନା, ସୁଶାନ୍ତ କୁମାର ସେନାପତି, ସରୋଜିନୀ ସ୍ୱାଇଁ, ହେମନ୍ତ ପେରେଇ, ସଞ୍ଜୟ କୁମାର ସାହୁ, କୃଷ୍ଣ ଚନ୍ଦ୍ର ଦାସ, କାଳନ୍ଦୀ ଚରଣ ସାହୁ, ହେମନ୍ତ ସାମଲ, ନାରାୟଣ ଚନ୍ଦ୍ର ବେହେରା, ସତ୍ୟଭୂଷଣ ସାହୁ, ଲକ୍ଷ୍ମୀଧର ସାହୁ, ଅନୁପମା ଧଳ ପ୍ରମୁଖ ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦି ଭାବେ ବିଜୟୀ ହୋଇଛନ୍ତି ।


