ସେବା ସମିତି ନୁତନ କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଆଜି ରାମଲିଙ୍ଗେଶ୍ୱର ସେବା ସମବାୟ ସମିତିର ନୁତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଗୋଷାଣୀ ବ୍ଲକର ନୁଆ କେରାଣ୍ଡି ଗ୍ରାମ ଠାରେ ୭ଲକ୍ଷ ଟଙ୍କା ବ୍ୟୟରେ ଏହି ନୁତନ କାର୍ଯ୍ୟାଳୟ ନିର୍ମିତ ହୋଇଥିଲା । ଏହି ସମାରୋହରେ ଏଆରସିଏସ ଟି.ଭି.ପ୍ରସାଦ ରାଓ,କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ,ଜିଲ୍ଲାପାରିଷଦ ସଦସ୍ୟ ଶ୍ରୀଧର ନାଇଡୁ,ବିଜେପି ନେତା ପି.କ୍ରିଣ୍ଣା,ସୁନିଲ ମହାପାତ୍ର,ପ୍ରସାନ୍ତ କୁମାର ପାଳ ପ୍ରମୁଖଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।