ସୋନଭଦ୍ରରେ ୩ ହଜାର ଟନ୍ ସୁନା ରହିଥିବା ଖବର ମିଛ: ଜିଏସ୍‌ଆଇ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସୋନଭଦ୍ର ଓ ହରଦି ପାହାଡ଼କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଗତ ଦୁଇ ଦିନ ଧରି ଚର୍ଚ୍ଚାରେ ଥିବା ଏହି ପାହାଡ଼ ଏବେ ବିବାଦ ଘେରକୁ ଆସିଛି। ଗୋଟିଏ ପଟେ ଦୁଇ ଦିନ ଧରି ପାହାଡ଼ରେ ପ୍ରାୟ ୩ ହଜାର ଟନ୍‌ ସୁନା ରହିଛି ବୋଲି କୁହାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛି ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସ୍‌ଆଇ) ସଂସ୍ଥା। କୋଲକାତା ଜିଏସ୍‌ଆଇର ମହାନିର୍ଦେଶକ ଏମ୍‌ ଶ୍ରୀଧର କହିଛନ୍ତି, ୧୯୯୮ରୁ ୨୦୦୦ ମଧ୍ୟରେ ଉକ୍ତ ଅଞ୍ଚଳରେ ସର୍ଭେ କରାଯାଇଥିଲା। ସେଠାରୁ ୧୬୦ କିଲୋ ସୁନା ବାହାରିପାରିବ। ୩ ହଜାର ଟନ୍‌ ସୁନା ବାହାରିବା ନେଇ ଯେଇଁ ଖବର ପ୍ରସାରିତ ହେଉଛି ତାହା ମିଛ ବୋଲି ସେ କହିଛନ୍ତି।
ଶ୍ରୀଧର କହିଛନ୍ତି, ୧୯୯୮-୯୯ ଏବଂ ୧୯୯୯-୨୦୦୦ରେ ଜିଏସ୍‌ଆଇ ପକ୍ଷରୁ ସେଠାରେ ସର୍ଭେ ହୋଇଥିଲା। ‌ତେବେ ଉତ୍ତୋଳନ ବେଳେ ସୁନା ମିଳିବା ପରିମାଣ ସେତେଟା ଉତ୍ସାହଜନକ ନ ଥିଲା। ସେହି ଖଣିରେ ମୋଟ ୫୨,୮୦୬.୨୫ ଟନ୍‌ର ଖଣିଜ ସାମଗ୍ରୀ ରହିଛି। ଟନ୍ ପିଛା ୩.୦୩ ଗ୍ରାମ୍‌ ସୁନା ମିଳିବ ବୋଲି ଆକଳନ କରାଯାଇଥିଲା। ତେଣୁ ସେହି ଖଣିରୁ ଅତିବେଶରେ ୧୬୦ କିଗ୍ରା ସୁନା ମିଳିବ। ସେହି ରିପୋର୍ଟ ଉତ୍ତର ପ୍ରଦେଶ ଡିଜିଏମ୍‌ଙ୍କୁ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏଣୁ ସୋନଭଦ୍ରରୁ ୩ ହଜାର ଟନ୍‌ ସୁନା ମିଳିବା ନେଇ ଯେଉଁ ଖବର ପ୍ରସାରିତ ହୋଇଛି ତାହା ସନ ନୁହେଁ ବୋଲି ଶ୍ରୀଧର ସ୍ପଷ୍ଟ କରିଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ