ସେ ଗାଁ’ ର ନା’ ପୁରୀ
ଯେଉଁ ଗାଁ’ ଦେହେ ସବୁ ପୂରିଅଛି
ସେ ଗାଁ’ର ନା’ପୁରୀ
ଯେଉଁଠି ପବନ ଖିରୀ ଖିରୀ ବାସେ
ସିଏ ତ ଅଲାରପୁରୀ ———(୦)
ଶଙ୍ଖକ୍ଷେତ୍ର ଯିଏ ମହୋଦଧି ତୀରେ
ସେଠି ଶୋଭେ ନୀଳଗିରି
ବ୍ରହ୍ମକ୍ଷେତ୍ର ବୋଲ ଯିଏ ଜଣାଶୁଣା
ନା’ ତା’ର ବ୍ରହ୍ମଗିରି
ନୀଳାମ୍ବୁ ଚିଲିକା ଛୁରିଅନା କୁଞ
ଯାହାକୁ ଯିଏ ଯେପରି
ଯେଉଁ ଗାଁ’ ଦେହେ ସବୁ ପୂରିଅଛି
ସେ ଗାଁ’ର ନା’ ପୁରୀ——(୧)
ବଡଦାଣ୍ଡ ଆଉ ବଡ ଦେଉଳରେ
ବଡ ଦିଅଁ ଛନ୍ତିରହି
ବରଷକେ ଥରେ ଅଣସର ଘରେ
ରହିବେ ଅସୁ୍ସ୍ଥ ହୋଇ
ବଡ ଘରେ ବଡ ଗୁମର ଏ କଥା
କିଏ ଜାଣିବ କିପରି
ଯେଉଁ ଗାଁ’ଦେହେ ସବୁ ପୂରିଅଛି
ସେ ଗାଁ’ର ନା’ ପୁରୀ—–(୨)
ଏବେ ଦାରୁବ୍ରହ୍ମ ଦରଶନ ପାଇଁ
ବଡ ଦେଉଳକୁ ମନା
ଅଲାରନାଥଙ୍କୁ ଦରଶନ କଲେ
ପୂରିବ ମନ କାମନା
ଦରଶନ କରି ସେବି ପୀଠ ଖିରୀ
ଏ ଭବୁ ହୋଇବା ପାରି
ଯେଉଁ ଗା’ ଦେହେ ସବୁ ପୁରିଅଛି
ସେ ଗାଁ’ର ନା’ ପୁରୀ——(୩)
ରାଜ କିଶୋର ନାୟକ
ତଳବଙ୍ଗାଳ,କୁଶୁବେଣ୍ଟି
ବ୍ରହ୍ମଗିରି,ପୁରୀ ।