ସେ ଦିନର ମୃତ୍ୟୁ ସଂଗ୍ରାମକୁ ଭୁଲି ହେବନାିହଁ : ପ୍ରଭାତ

ନିମାପଡା (ସନ୍ତୋଷ ଦାଶ): ଗତ ୨୪ତାରିଖ ଦିନ କଟକ ର ମୁଣ୍ଡୁଳି ଠାରେ ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ଟ ବୋଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ରେ ଓଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ଟ ଯବାନ ସୀତାରାମ ମୁର୍ମୁ ଙ୍କ ର ଅକାଳ ବିୟୋଗ ଘଟିଥିଲା । ଏହି ଦୁର୍ଘଟଣା ରେ ଓଟିଭି ର କ୍ୟାମେରା ମ୍ୟାନ ପ୍ରଭାତ ସିନ୍ନା ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସୋମବାର ଦିନ ପ୍ରଭାତ ସୁସ୍ଥ ହୋଇ ନିଜ ଗାଁ ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଚାରିଛକ ନିକଟସ୍ଥ ଭୋଦର କୁ ଆସିଛନ୍ତି। ପ୍ରଭାତ ସୁସ୍ଥ ହୋଇ ଘରକୁ ଫେରି ଆସିଥିବାରୁ ତାଙ୍କ ବାପା, ମା,ପରିବାର,ଗ୍ରାମବାସୀ, ସାଥୀ ଶୁଭେଛୁ ସମସ୍ତେ ଆନନ୍ଦିତ ହୋଇପଡ଼ିଛନ୍ତି। ସେ ଦିନର ଘଟଣା ସମ୍ପର୍କ ରେ ପଚାରିବାରୁ ସେ କହି ଥିଲେ ଯେ, ମୋର ସେଦିନ ପିପିଲି ନିର୍ବାଚନ ଖବର ସଂଗ୍ରହ କରିବାକୁ ଯିବାର ଥିଲା । ମୁଁ ପିପିଲି ଯିବାକୁ ଅଫିସ ରେ ପ୍ରସ୍ତୁତ ହେଉଥିବା ବେଳେ ଅରିନ୍ଦମ ଭାଇ ପହଞ୍ଚି ମତେ ସାଙ୍ଗରେ ନେଇ ମୁଣ୍ଡୁଳି ଯିବାକୁ ଅଫିସ ରେ କହିବାରୁ ମୋର ପିପିଲି ଯିବା ପୋଗ୍ରାମ ବଦଳରେ ମୁଣ୍ଡୁଳୀ
ଯିବାକୁ ସ୍ଥିର ହୋଇଥିଲା। ମୁଁ ଆଉ ଅରିନ୍ଦମ ଭାଇ ମୁଣ୍ଡୁଳି ଯାଇଥିଲୁ। ଦୁର୍ଘଟଣା ଘଟିବା ବେଳେ ସୌଭାଗ୍ୟ କୁ ମୁଁ ବୋଟ ତଳେ ରହିଯାଇଥିଲି l ସେ ସମୟ ରେ ସମସ୍ତେ ନିଜେ କିପରି ଜୀବନ ବଞ୍ଚାଇବେ ଚେଷ୍ଟା କରୁଥିଲେ । ମା କାଳୀ ଙ୍କ ସୁଦୟା ରୁ ମୁଁ ପାଣି ଉପରକୁ ଉଠିବା ବେଳକୁ ସେତୁ ଉପରୁ ତଳକୁ ଦଉଡ଼ି ଟିଏ ଲମ୍ବିଥାଏ। ପ୍ରାଣ ବିକଳରେ ଦଉଡ଼ିକୁ ଧରି ପକାଇଥିଲି । ଆଉ କିଛି ଜାଣିନି ମୁଁ। ଚେତା ଫେରିପାଇଲା ବେଳକୁ ନିଜକୁ କଟକ ମେଡିକାଲ ବେଡ୍ ରେ ପାଇଥିଲି। ସାଥୀ ଅରିନ୍ଦମ ଭାଇ ଙ୍କ କଥା ପଚାରିଥିଲି ସମସ୍ତ ଙ୍କୁ। କେହି ବି କହିନଥିଲେ ତାଙ୍କ ମୃତ୍ୟୁ ସମ୍ପର୍କ ରେ। ମୁଁ ସୁସ୍ଥ ହେବାପରେ ଜାଣିଥିଲି।ମନ ମାନୁ ନଥିଲା ଏବେ ବି ବିଶ୍ୱାସହେଉନି କିନ୍ତୁ ଦୁର୍ଘଟଣା କୁ ମାନି ନେବାକୁ ବାଧ୍ୟ ହୋଇଛି। ମୋ ବାପା, ମା ଙ୍କ ଆଶ୍ରିବାଦ ,ଗ୍ରାମବାସୀ, ବନ୍ଧୁ ପରିଜନ, ଶୁଭେଛୁ ମାନଙ୍କ ଭଲ ପାଇବା ଯୋଗୁଁ ମୃତ୍ୟୁ ମୁଖରୁ ଜୀବନ ନେଇ ଫେରି ଆସିଲି । ସବୁବେଳେ ଅରିନ୍ଦମ ଭାଇଙ୍କ କଥା ମନେ ପଡ଼ିବ। ସ୍ବର୍ଗତ ଅରିନ୍ଦମ ଭାଇ ଆଉ ଓଡ୍ରାଫ୍ଟ ଯବାନ ସୀତାରାମ ଙ୍କ ଅମର ଆତ୍ମା ସଦଗତି ଲାଭକରୁ ଏତିକି ପ୍ରାର୍ଥନା ।ଆଉ ଜୀବନ ଭିତରେ ଭୁଲିପାରିବିନି ସେ ସମୟ ର ମୃତ୍ୟୁ ସଂଗ୍ରାମ କୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ