ସୈନିକ ସ୍କୁଲ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,(ୱାଇଏନ୍ଏସ୍): ୦୨ ନଭେମ୍ବର ୨୦୨୦ – ଗ୍ରୁପ୍ କ୍ୟାପ୍ଟେନ୍ ଏସ ଡୋମିନିକ୍ ରାୟନ୍, ଅଧ୍ୟକ୍ଷ, ସୈନିକ ସ୍କୁଲ ଭୁବନେଶ୍ୱର ସୂଚନା ଦେଇଛନ୍ତି ଯେ ୨୦୨୧ ବର୍ଷ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE)୧୦ ଜାନୁୟାରୀ ୨୦୨୧ (ରବିବାର) ରେ ଅନୁଷ୍ଠିତ ହେବ (AISSEE) ହେଉଛି ଏକ ଜାତୀୟ ସ୍ତରର ବିଦ୍ୟାଳୟ ଆଡମିଶନ ପରୀକ୍ଷା ଏହି ପରୀକ୍ଷା ଆଧାରରେ ସମଗ୍ର ଭାରତରେ ସୈନିକ ସ୍କୁଲ ୬ ଏବଂ ୯ ଶ୍ରେଣୀରେ ଆଡମିଶନ ପ୍ରଦାନ କରିଥାଏ। ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷରୁ NTA ଏହି ପରୀକ୍ଷା ଆୟୋଜନ କରୁଛି। ଅଲ ଇଣ୍ଡିଆନ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE-୨୦୨୧) ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୦ ଅକ୍ଟୋବର ୨୦୨୦ ରୁ ଆରମ୍ଭ ହୋଇ ୧୯ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ NTA ୱେବସାଇଟ: https://aissee.nta.nic.in ରେ ଜାରି ରହିବ ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ପ୍ରାର୍ଥୀମାନଙ୍କର ଜନ୍ମ ତାରିଖ ୦୧ ଏପ୍ରିଲ ୨୦୦୯ ରୁ ୩୧ ମାର୍ଚ୍ଚ ୨୦୧୧ ମଧ୍ୟରେ ହେବା ଉଚିତ । ଓଡିଶାରେ ବର୍ତ୍ତମାନ ଦୁଇଟି ସୈନିକ ସ୍କୁଲ ଅଛି, ଯଥା ସୈନିକ ସ୍କୁଲ ଭୁବନେଶ୍ୱର ଏବଂ ସୈନିକ ସ୍କୁଲ ସମ୍ବଲପୁର ଯାହା ୨୦୨୦-୨୧ ରେ ଆରମ୍ଭ ହୋଇଛି। ଉଭୟ ବିଦ୍ୟାଳୟ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କେବଳ ଶ୍ରେଣୀ ୬ ରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବେ  ଭୁବନେଶ୍ୱର ସୈନିକ ସ୍କୁଲରେ ବାଳକମାନଙ୍କ ପାଇଁ ୫୫ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ସ୍ଥାନ ଥିବାବେଳେ ନୂତନ ସୈନିକ ସ୍କୁଲ ସମ୍ବଲପୁରରେ ବାଳକମାନଙ୍କ ପାଇଁ ୯୦ ଟି ଏବଂ ବାଳିକାମାନଙ୍କ ପାଇଁ ୧୦ ଟି ସ୍ଥାନ ଖାଲି ଅଛି । ଷଷ୍ଠ ଶ୍ରେଣୀ ପାଇଁ ପରୀକ୍ଷା ମାଧ୍ୟମ ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷା (ଓଡିଆ) ହେବ | ଅଧ୍ୟକ୍ଷ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ରାଜ୍ୟ ସରକାର ସେମାନଙ୍କ ପିତାମାତାଙ୍କ ଆୟକୁ ଆଧାର କରି ଓଡିଶାର ସ୍ଥାୟୀ ଅଧିବାସୀ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି ସହିତ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ