ଯବାନଙ୍କ ହୃଦଘାତରେ ମୃତ୍ୟୁ

କେନ୍ଦ୍ରାପଡା(ଯୁୁଗାବ୍ଦ ନ୍ୟୁଜ) – କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ନସଡିପୁର ଗ୍ରାମର ଦୈତାରୀ ସେଠୀଙ୍କ ପୁଅ ଗୋଲଖ ସେଠୀ(୪୫) ସେନାବାହୀନୀର ଆଣ୍ଡାମାନରେ ଯବାନ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଯବାନ ଶ୍ରୀ ସେଠୀଙ୍କର ଆଣ୍ଡାମାନରେ ହୃଦଘାତରେ ପରଲୋକ ହୋଇଯାଇଥିଲା । ଆଜି ତାଙ୍କର ମର ଶରୀରକୁ ସୈନ୍ୟବାହିନୀ ପକ୍ଷରୁ ଆଣ୍ଡାମାନରୁ ଅଣାଯାଇ ତାଙ୍କ ବାସସ୍ଥାନ ନସଡିପୁରରେ ପହଁଚିବା ପରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଥିଲା । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୂର୍ଗତ ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ