ସୋନି ଇଣ୍ଡିଆ ପକ୍ଷରୁ ନୂଆ ଓୟାରଲେସ୍ ସ୍ପୋର୍ଟସ୍ ହେଡ୍‌ଫୋନ୍ ଫ୍ଲୋଟ୍ ରନ୍ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋନି ଇଣ୍ଡିଆ ଧାବକଧାବିକାମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଓୟାରଲେସ୍ ସ୍ପୋର୍ଟସ ହେଡଫୋନ୍‌ର ଏକ ନୂଆ ମଡେଲ୍ ଫ୍ଲୋଟ୍ ରନ୍‌କୁ ଉନ୍ମୋଚନ କରିଛି । ସୋନି ଫ୍ଲୋଟ୍ ରନ୍ ଡବ୍ଲୁଆଇ-ଓଇ୬୧୦ ଏକ ଅଭିନବ ହେଡଫୋନ୍ ଯାହା ସ୍ପିକରକୁ ନିକଟରେ ରଖିଥାଏ, କିନ୍ତୁ କାନ କେନାଲକୁ ସ୍ପର୍ଶ ନକରି କାନକୁ ସୁରକ୍ଷିତ ଭାବରେ ଖୋଲା ରଖିଥାଏ ଏବଂ ତଥାପି ଏକ ସମୃଦ୍ଧ ସ୍ୱର ଅନୁଭୂତି ପ୍ରଦାନ କରିଥାଏ । ଫ୍ଲୋଟ୍ ରନ୍ ହେଡଫୋନ୍ ସାଉଣ୍ଡ କ୍ୱାଲିଟି ସହ ସାଲିସ ନକରି ଆରାମଦାୟକ ଏବଂ ସ୍ଥିର ଅନୁଭୂତି ପ୍ରଦାନ କରିଥାଏ ।ଫ୍ଲୋଟ୍ ରନ୍ ଦୌଡ଼କୁଦ କିମ୍ବା କ୍ରୀଡ଼ାବିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ପ୍ରଦାନ କରିଥାଏ, ଯେଉଁଥିରେ ଏକ ନମନୀୟ ନେକବ୍ୟାଣ୍ଡ ସହିତ ହାଲୁକା ଓଜନ ଡିଜାଇନ୍ ଯାହା ଗତି କରୁଥିବା ସମୟରେ ଖସି ନଥାଏ ତେଣୁ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ବ୍ୟାୟାମରେ ବାଧା ସୃଷ୍ଟି ହେବା ବିଷୟରେ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି ଉତ୍ପାଦକୁ କ୍ରାଉଡଫଣ୍ଡିଂରେ ଖୁବ ପସନ୍ଦ କରାଯାଇଥିଲା । ତେଣୁ ଏହାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି । ଫ୍ଲୋଟ୍ ରନ୍ ହେଡଫୋନ୍‌ର ଓଜନ ମାତ୍ର ୩୩ ଗ୍ରାମ । ଏହାକୁ ବିଭିନ୍ନ ପ୍ରକାର ମୁଣ୍ଡ ଓ କେଶ ବିନ୍ୟାସ, ଟୋପି ଓ ଚଷମା ସହିତ ପରୀକ୍ଷା କରାଯାଇଛି । ଫ୍ଲୋଟ୍ ରନ୍ ହେଡ୍‌ଫୋନ୍‌ର ଡିଜାଇନ୍ ଓପନ୍ ଷ୍ଟାଇଲ୍ ଯାହା ଶରୀର ସୃଷ୍ଟି କରୁଥିବା ପ୍ରତିଧ୍ୱନୀ ଶବ୍ଦକୁ ଦୂର କରିଥାଏ । ଫ୍ଲୋଟ୍ ରନ୍ ଡିଜାଇନ୍ ସଙ୍ଗୀତକୁ ପ୍ରାକୃତିକ ଭାବରେ ପରିବେଶ ଶବ୍ଦ ସହିତ ମିଶ୍ରଣ କରିଥାଏ ଏବଂ ଗ୍ରାହକଙ୍କ କାନ ଆକାର ସହିତ ଖାପଖାଉଛି । ଫ୍ଲୋଟ୍ ରନ୍ ଅଫ୍‌-ଇୟର ହେଡଫୋନ୍ କାନକୁ ଅକ୍ଷୁର୍ଣ୍ଣ ରଖେ ଯାହା ଦ୍ୱାରା ଲୋକମାନେ ଯେକୌଣସି କାର୍ଯ୍ୟକଳାପରେ ସର୍ବୋଚ୍ଚ ପ୍ରଦର୍ଶନ ହାସଲ କରିପାରିବେ ।ଆଇପିଏକ୍ସ୪ ସ୍ପ୍ଲାସ୍‌ପ୍ରୁଫ୍ ରେଟିଂ ଥିବାରୁ ଝାଳ କିମ୍ବା ବର୍ଷା ଆଦିରେ ତାହା ନଷ୍ଟ ହେବାର ଚିନ୍ତା କରିବାକୁ ପଡ଼ିବ ନାହିଁ । ଏଥିରେ ଥିବା ବ୍ୟାଟେରି ଫୁଲ୍ ଚାର୍ଜ ହେଲେ ୧୦ ଘଂଟା ଚାଲିବ । ୧୦ ମିନିଟ୍ ଚାର୍ଜ କଲେ ଏହା ଘଂଟାଏ ଚାଲିବ । ଏଥିରେ ୟୁଏସ୍‌ବି ସି-ଟାଇପ୍ ଚାର୍ଜର ରହିଛି । ଏହାର ମୂଲ୍ୟ ହେଉଛି ୧୦,୯୯୦ ଟଙ୍କା । କଳା ରଙ୍ଗରେ ଏହା ୨୦୨୪ ଜାନୁଆରି ୪ରୁ ଉପଲବ୍ଧ ହେବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ