ସୋନୁନିଗମ୍ ଙ୍କ କଣ୍ଠରେ ଝୁମିଲେ ଦର୍ଶକ
ଗୋପାଳପୁର-(ଦିପ୍ତୀ) :ଆରମ୍ଭ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ସଂନ୍ଧ୍ୟା ଥିଲା ବେଶ୍ ରୋମାଞ୍ଚକର । ବଲିଉଡର ସୁପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ କଣ୍ଠରେ ଝୁମିଥିଲେ ଦର୍ଶକ । ଓଡିଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କୁ କୋଟି କୋଟି ପ୍ରଣାମ କରି ଆରମ୍ଭ କରିଥିଲେ ଓଡିଆ ଭଜନ ଚାଲ ବେଗି ବେଗି ଯିବା ସଂଗାତ । ତା ସହିତ ଓଡିଆ ଫିଲ୍ମର ସୁପରହିଟ୍ ଚଳଚ୍ଚିତ୍ର ସୁନା ପଞ୍ଜୁରୀର ଲୋକପ୍ରିୟ ଗୀତ ପୁଚୁକି ଗାଲି ଫେସନ ବାଲି ଗୀତ ଗାଇ ଦର୍ଶକକୁ ଝୁମାଇ ଥିଲେ ସୁମଧୁର କଣ୍ଠରେ । ଏହା ପୂର୍ବରୁ ଗଂଜାମ ଜିଲ୍ଲାର ଲୋକକଳା ସହିତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ଆଧୁନିକ ନାଚ ପରିବେଷଣ କରି ଦର୍ଶକଙ୍କ ମନମୋହିଥିଲେ । ସମୟ ଯେତେ ଗଡୁଥାଏ ଦର୍ଶକ ଙ୍କ ଉକ୍ରଣ୍ଠା ସେତିକି ବଢୁଥାଏ ।ଶେଷରେ ନିଆରା ଅନ୍ଦାଜରେ ଷ୍ଟେଜକୁ ଆଗମନ କଲେ ସୋନୁ । ସୋନୁ ମଂଚକୁ ଚଢିବା କ୍ଷଣି ସାରା ଦର୍ଶକ କରତାଳି ଦେଇ ତାଙ୍କୁ ଗୋପାଳପୁର ବେଳାଭୁମି ମହୋତ୍ସବକୁ ସ୍ୱାଗତ କରିଥିଲେ । ଦର୍ଶକଙ୍କ ଆଗ୍ରହକୁ ଦେଖି ବେଶ୍ ଖୁସି ହୋଇଯାଇଥିଲେ । ଏହି ମହୋତ୍ସବକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବେଳାଭୁମି କମିଟିର ଅଧକ୍ଷ ପ୍ରଦୀପ କୁମାର ପାଣିଗ୍ରାହି ,ଗଂଜାମ ଜିଲ୍ଲାପାଳ , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଚିକିଟି ବିଧାୟିକା ଉଷାଦେବୀ ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , କବିସୂର୍ଯ୍ୟ ନଗର ବିଧାୟକା ଲତିକା ପ୍ରଧାନ, ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।


