ସୋମନାଥ ଉଚ୍ଚ ମୈାଳିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
(ଯୁଗାବ୍ଦ ନ୍ୟୁଜ) ଆଜି ହେଉଛି ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଏହି ଦିନ କୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ପ୍ରତ୍ୟେକ ସ୍କୁଲ ,କଲେଜ ରେ ଶିଶୁ ମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଏ । ସେହିପରି ସୋମନାଥ ଉଚ୍ଚ ମୈାଳିକ ବିଦ୍ୟାଳୟରେ ପାଳିତ ହୋଇଛି ଶିଶୁ ଦିବସ । ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ପଟ୍ଟଯୋଷୀ ଏହି ସଭା ର ଆୟୋଜନ କରିଥିଲେ । ବିଦ୍ୟାଳୟ ର ସମସ୍ତ ପିଲା ମାନଙ୍କ ମଧ୍ୟରେ ସଙ୍ଗୀତ,ବକ୍ତୁତା ,ନୃତ୍ୟ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ । ବିଦ୍ୟାଳୟ ର ପରିଚାଳନା କମିଟି ପିଲା ମାନଙ୍କ ପାଇଁ ଆଉ ଏକ ଭୋଜନ ଆୟୋଜନ କରାଯାଇଥିଲା ।