ସୋମନାଥ ନଗର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ)ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟାକୁ ଦୁର କରିବା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଏହି ସମସ୍ୟା ଜନସାଧାରଣଙ୍କ ପାଇଁ ସମସ୍ୟା ପାଲଟିଛି । ତେବେ ସୋମନାଥ ନଗରସ୍ଥିତ ମୁଖ୍ୟ ରାସ୍ତାରେ ବଡ ବଡ ଗୋଦାମ ବା ଲୋରୀ ଥିବା ଯୋଗୁଁ ପ୍ରତ୍ୟେକ ସମୟରେ ରାସ୍ତା ଉପରେ ମାଲପରିବହନ ନିମନ୍ତେ ବଡ ବଡ ଗାଡି ରହିବା ଦ୍ୱାରା ଉକ୍ତରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ସୁଚନାନୁସାରେ , ସେହି ରାସ୍ତାଉପରେ ପ୍ରତ୍ୟେହ ତ୍ରିନାଥ ନଗର, ଶ୍ରୀରାମ ନଗର, ସୋମନାଥ ନଗର ଭଳି ୫ଟି ସାହିର ଲୋକେ ନିର୍ଭର କରିଥାନ୍ତି । ତେବେ ଟ୍ରାଫିକ ସମସ୍ୟା ଦୁର କରିବା ନିମନ୍ତେ ସାହି ବାସିନ୍ଦା ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ପୋଲିସ ଅଧିକାରୀଙ୍କୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।


