ସୋମବାର ଠାରୁ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର: ସୋମବାର ଠାରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । ସୋମବାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ । ମଙ୍ଗଳବାର ଠାରୁ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ପ୍ରକାଶ ଯେ, ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ତେବେ ଦର ବୃଦ୍ଧି ନେଇ ଯୁକ୍ତି ହେଉଛି, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ଡେଲିପ୍ରାଇସ ମେକାନିଜିମ ଅନୁଯାୟୀ ତୈଳ ଦର ବୃଦ୍ଧି ହେଉଛି । ତୈଳ ଦର ବଢିବାର ବଡ କାରଣ ହେଲା ରାଜ୍ୟ ସରକାରଙ୍କ ଭାଟ ଏବଂ କେନ୍ଦ୍ର ସରକାରଙ୍କ ଏକସାଇଜ ଡ୍ୟୁଟି । ଏବେ ତୈଳ ଦର କମାଇବାର ଏକ ମାତ୍ର ବିକଳ୍ପ ହେଉଛି କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାର ଭାଟ ବାବଦରେ ଟିକସ କମାଇବା ।