ସୋମବାର ସନ୍ଧ୍ୟା ରୁ ନିଖୋଜ ପରେ ଗାଁ ବନ୍ଧ ରୁ ମୃତଦେହ ଉଦ୍ଧାରକଲା ପୋଲିସ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରୀ ଫାଣ୍ଡି ଅଧିନସ୍ଥ ବାଉଁସୁରି ଗ୍ରାମ ର ସୁକଦେଵ ଜାନୀ୫୨ସୋମବାର ଦିନସନ୍ଧ୍ୟା ରେ ଶୌଚ କୁ ଯାଇ ଫେରି ନଥିଲେ ବହୁଖୁଜା ଖୁଜି ପରେ ନିଖଜ ଥିବା ନେଇ ପୁଅ ସିତାରାମ ଜାନୀକୁ ମା ହେମ ଜାନୀ ମଙ୍ଗଳବାର ଦିନ ଫୋନ କରି ଜଣାଇଥିଲେ ପୁଅ ବୁଧୁବାର ଦିନଗାଁ ରେ ପହଁଚି ମା ଙ୍କ ସହ ମିଶି ବୁଧୁବାର ଦିନ ମୋହନା ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ର କିଛି ଘଣ୍ଟା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଖବର ପାଇ ଏସ ଆଇ ପାଣିଗ୍ରାହୀ ଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଗାଁ ନିକଟସ୍ଥ ପଞ୍ଚାୟତ ବନ୍ଦରେ ଜଣେ ବୃଦ୍ଧା ଙ୍କ ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମସାହାଯ୍ୟ ରେ ମୃତ ଦେହକୁ ଉଦ୍ଧାର କରିଥିଲେ ମୃତ ଦେହଟି ସୁକଦେଵ ଜାନୀ ଙ୍କ ବୋଲି ଜଣା ପଡ଼ିଛି ଏ ନେଇ ମୋହନା ଥାନା ରେ ଏକ ଅପ ମୃତ ମାମଲା କେଶ ନଂ୧୨/୨୧ରେରୁଜୁ କରି ବ୍ରହ୍ମପୁର ମେଡିକାଲ କଲେଜ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୋହନା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି


