ସୋରଡ଼ା ଆଇନ ସେବା ସମିତି ର ସଚେତନତା ଶିବିର

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ସୋରଡ଼ା ତାଲୁକା ଆଇନ ସେବା ସମିତି ତରଫରୁ ସୋରଡ଼ା କୋର୍ଟ ପରିସର ରେ ନାଗରିକ ଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଉପରେ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା। ସୋରଡ଼ା ତାଲୁକା ଆଇନ ସେବା କମିଟି ଅଧକ୍ଷ ତଥା ସୋରଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଆଚରପତି ସଂଜିତ୍ ମହାନ୍ତି ସଭାପତିତ୍ବ କରିଥିବା ବେଳେ ସୋରଡ଼ା ଆଇନ ଯିବି ସଂଘ ଟ ବରିଷ୍ଠ ଓକିଲ ଗଣେଶ ପାଣିଗ୍ରାହୀ,ସଭାପତି ଓକିଲ ଅରୁଣ କୁମାର ଦାସ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ବଡଗଡ ଥାନା ଅଧିକାରୀ ସୁରଜ୍ କୁମାର ଝଙ୍କାର ସୋରଡ଼ା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଶୟଦ୍ ଆଜମି ପ୍ରମୁଖ ମଞ୍ଚାସିନ ହୋଇ ନାଗରିକ ର ସାମ୍ବିଧାନିକ କର୍ତ୍ତବ୍ୟ ଓ ଅଧିକାର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓକିଲ ଶ୍ରୀବତ୍ସ କୁମାର ସାହୁ ସାମ୍ବିଧାନିକ ଆଇନ ଓ ଏହାର ପ୍ରାଚୀନତା ଉପରେ ଆଲୋକପାତ କରିଥିଲେ।ତାଲୁକା ଆଇନ ସେବା ସମିତି ସଂଯୋଜକ ଓକିଲ ପ୍ରଭାତ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଓକିଲ ଉପସ୍ଥିତ ରହିଥିବା ବେଳେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସାମ୍ବାଦିକ ଓ ବୁଦ୍ଧିଜୀବୀ ପ୍ରମୁଖ ସଚେତନତା ଶିବିର ରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ