ସୋରଡ଼ା ବିଧାନସଭା ରେ ବିଜେପି ର ଭୋଟର ସଚେତନତା କାର୍ଯ୍ୟକ୍ରମ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଆସନ୍ତା ନିର୍ବାଚନ କୁ ଦୃଷ୍ଟି ରେ ରଖି ସରକାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କୁ ଆରମ୍ଭ କରିଥିବାରୁ ଏହା କିପରି ଭାବେ ସଫଳ ହୋଇ ଅଧିକ ରୁ ଅଧିକ ନୂଆ ଭୋଟର ଙ୍କ ସଂଯୋଗୀକରଣ ହୋଇପାରିବ ସେଥିପାଇଁ ବିଜେପି ତରଫରୁ ତପ୍ତରତା ଦେଖା ଦେଇଛି | ଏହି ପରିପେକ୍ଷୀ ରେ ସୋରଡ଼ା ବିଧାନସଭା ର ବିଜେପି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ନୀଳମଣି ବିଷୋୟୀ ଙ୍କ ତତ୍ୱାବଧାନ ରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ୍ ସଭାପତି ଙ୍କୁ ନେଇ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଗାଙ୍ଗପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇ ଥିଲା ଏଥିରେ ଆସ୍କା ଲୋକସଭା ର ସାଂସଦ ପାର୍ଥୀନୀ ଅନିତା ସୁଭଦର୍ଶିନୀ, ଘୁମୁସର ସଂଗଠନିକ ଜିଲ୍ଲା ର ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର, ସାଧାରଣ ସମ୍ପାଦକ ନୀଳମାଧଵ ପାତ୍ର ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଲିକ, ବିଧାନସଭା ସଂଯୋଜକ ରଜନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଏହି ବୈଠକ ରେ ଆସ୍କା ଲୋକ ସଭାର ବିସ୍ତାରକ ସନ୍ତୋଷ ବିଶ୍ୱାଳ ବୁଥ୍ ସଭାପତି ମାନଙ୍କୁ କିପରି ଭୋଟର ତାଲିକା ସଂଶୋଧନ କରାଯିବ ସେ ସମ୍ପର୍କ ରେ ପ୍ରଶିକ୍ଷଣ ଦେଇଥିଲେ ଓ ସର୍ବ ଶେଷରେ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ