ସୋରଡ଼ା ରେ ଭାରତୀୟ ପ୍ରଶାସନିକ ସେବା ର ୫ ଜଣ ଶିକ୍ଷା ନିବେଶ
ସୋରଡା, (ରଜନୀକାନ୍ତ ମହାପାତ୍ର):ଭାରତୀୟ ଲୋକ ସେବା ଆୟୋଗ ର ଚୟନ କୃତ ୫ ଜଣ ଶିକ୍ଷାନିବେଶ ମଙ୍ଗଳବାର ସୋରଡା ରେ ପହଞ୍ଚିଲେ । ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ ଗଣ୍ଠିଳ ଅଧିକାରୀ ବାଣୀ ସୁକାନ୍ତ ପଟନାୟକ ଙ୍କ ତତ୍ବାବଧାନରେ ସକାଳେ ବ୍ଲକ ଅଫିସ ରେ ପହଞ୍ଚିଥିଲେ । ବିଡ଼ିଓ ସିମାଞ୍ଚଳ ମଣ୍ଡଳ ,ତହସିଲଦାର ପ୍ରଫୁଲ ଚନ୍ଦ୍ର ଡାକୁଆ ,ସୋରଡା ଆଇଆଇସି ରମେଶ କୁମାର ପ୍ରଧାନ ,ବଡଗଡ ଆଇଆଇସି ସୂରଜ ଝଙ୍କାର ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ । ବ୍ଲକ ଗଣ୍ଠିଳ ଅଧିକାରୀ ସଂଜୀବ ରାଜ ସେନାପତି ଙ୍କ ସଂଯୋଜନା ରେ ବ୍ଲକ ସଭାଗୃହରେ ବ୍ଲକ ର ୨୬ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ,ସମିତିସଭ୍ୟ ,ଜିଲ୍ଲା ପରିଷଦ ସଭ୍ଯ ମାନଙ୍କ ସହ ବିଭିର୍ଣ୍ଣ ଯୋଜନା ଉପରେ ଆଲୋଚନା କରିଥିଲେ । ଆଦିବାସୀ ଅଞ୍ଚଳ ରେ ସ୍ୱାସ୍ଥ୍ୟ ଓ ଦୁରାସଞ୍ଚାର ବ୍ୟବସ୍ତା ର ଘୋର ଅଭାବ ଯୋଙ୍ଗୁ ଆଦିବାସୀ ପରିବାର ମାନେ ସାମାନ୍ୟତମ ରୋଗରେ ବହୁ ଦୂରରୁ ସୋରଡା ଆସିବାକୁ ପଡୁଛି ବୋଲି ଆଲୋଚନା ହୋଇଥିଲା। ପରେ ସେମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଯାଇ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଙ୍କ ସହ ମିଶି ମେଡିକାଲ ଭ୍ରମଣ ସହ ରୋଗୀମାନଙ୍କୁ ଭଲମନ୍ଦ ପଚାରି ବୁଝିଥିଲେ । ମେଡିକାଲ ପରିସରର ଡାକ୍ତର ଙ୍କ ଉଦ୍ୟମରେ ତିଆରି ହୋଇଥିବା ଆନନ୍ଦ ବ୍ୟାୟମ କେନ୍ଦ୍ର ବୁଲିଦେଖି ପ୍ରଶଂସା କରିଥିଲେ । ଏହାସହ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ର ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ । ବିଦ୍ୟାଳୟ ର ମୁଖ୍ୟ ମନ୍ତ୍ରୀ ,ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ମିଶି ବିଦ୍ୟାଳୟ କେବିନେଟ ଗଠନ ,ବିଦ୍ୟାଳୟର ଦାୟିତ୍ଵ ପରିଚାଳନା ,ବିକାଶ ଓ ସ୍ବଚ୍ଛ ଭାରତ ମିସନ ଉପରେ କଥା ହୋଇଥିଲେ । ବିଦ୍ୟାଳୟର ସଂପୂର୍ଣ୍ଣ ବିକାଶ ପାଇଁ ଆମେ ସଂକଳ୍ପ ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସୁନୀଲ କୁମାର ପାଢୀ ,ଉପ ମୁଖ୍ୟାନନ୍ତ୍ରୀ ଶ୍ରାବଣୀ ଶ୍ରଦ୍ଧା ନାୟକ କହିଥିଲେ । ଭରତ ସରକାରଙ୍କ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ପରାମର୍ଶରେ ଓଡିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ଵାରା ୨୯ ଜଣ ଶିକ୍ଷନିବେଶ ଙ୍କୁ ମୂଳ ପାଠ୍ୟକ୍ରମ ତାଲିମ ପ୍ରଦାନ ପୂର୍ବକ ଗ୍ରାମାଞ୍ଚଳ ପ୍ରସଶନିକ ଜ୍ଞାନ ହାସଲ ପାଇଁ ୬ ଟି ଦଳ ରେ ୬ ଦିନିଆ ଭ୍ରମଣରେ ୫ ଟି ଜିଲ୍ଲା କୁ ପଠାଯିବା ବ୍ୟବସ୍ତା କରାଯାଇଛି । ଏହିକ୍ରମରେ ଗୋଟିଏ ଦଳ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ମଙ୍ଗଳବାର ପହଞ୍ଚିଛନ୍ତି । ୫ ଜଣ ଶିକ୍ଷାନିବେଶ ଙ୍କ ମଧ୍ୟରେ ଭାରତୀୟ ଡାକ ଓ ଦୁରାସଞ୍ଚାର ହିସାବ ଏବଂ ବିତ୍ତସେବା ର ଦେଶମୁଖ ସୌରଭ । ଅନ୍ୟ ୪ ଜଣ ହେଲେ ଭାରତୀୟ ରେଳ ଯାତାୟାତ ସେବା ର ପ୍ରସନ୍ନ ଆର ଲୋଧ ,ମିଥୁନ ରାଜ ଯାଦବ ,ଜଗଦୀଶ ,ବିପିନ ନାୟକ ,। ବୁଧବାର ଆଦିବାସୀ ବହୁକ ଗୋଛା ପଞ୍ଚାୟତ ର ବିଭିର୍ଣ୍ଣ ଅଞ୍ଚଳ ବୁକିବା ସହ ସେମାନଙ୍କ ସହ ଗ୍ରାମ ପ୍ରଶାସନ ର ସଫଳ ରୂପାୟନ ଉପରେ ଆଲୋଚନା କରିବା ସହ ସେମାନଙ୍କ ସହ ଗ୍ରାମସଭା ରେ ଯୋଗଦେବେ ବୋଲି ଜଣାପଡିଛି ।