ସୋରଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ। ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ। ପ୍ରତ୍ୟେକ ବିଦ୍ୟାଳୟରେ ଏହି ଦିବସକୁ ପାଳନ ପାଇଁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥାନ୍ତି। ଏହି ଦିବସକୁ ନିଷ୍ଠାର ସହ ସୋରଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଳନ କରାଯାଇଛି। କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିନଥିବା ବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିଛନ୍ତି। ପଣ୍ଡିତ ନେହରୁଙ୍କ ତୈଳଚିତ୍ର ରଖି , ପୁଷ୍ପମାଲ୍ୟ ଅର୍ପଣ କରି, ଧୂପ ଓ ଦୀପ ପ୍ରଜ୍ଜ୍ଵଳନ କରି ସମ୍ମାନର ସହ ପାଳନ କରିଛନ୍ତି ଶିଶୁ ଦିବସ। କର୍ତ୍ତବ୍ୟ ପ୍ରଥମ, ଏହି ଆଦର୍ଶରେ ଅନୁପ୍ରାଣିତ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ସେଥିପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ