ସୋରଡାରେ କରୋନା ସଂକ୍ରମଣରେ ୧ ମୃତ ୨ ସୁସ୍ଥ

ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ଜିଲ୍ଲା ଅନ୍ତର୍ଗତ ବ୍ଲକ ଓ ଏନ ଏ ସି ମାନଙ୍କର ମଧ୍ୟ ଅବସ୍ଥା ସେପରି। ସୋରଡା ରେ ସବୁଠାରୁ କାରୋନା ସମ୍ପର୍କିତ ଦୁଖ ହେଲା ସହର ରେ ପ୍ରଥମ ସଂକ୍ରମଣ ଜନିତ ମୃତ୍ୟୁ ସାମ୍ନାକୁ ଆସିଛି। ଗତ କାଲି ରାତିରେ ଏ ନେଇ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ବ୍ୟବସାୟୀଙ୍କ ପରିବାରକୁ ଅବଗତ କରାଇଛି। ଗତକାଲି ସୋରଡାରେ ଜଣ ସଂକ୍ରମିତ ଙ୍କ ମଧ୍ୟ ରେ ଏହି ବ୍ୟବସାୟୀ ଜଣକ ଥିଲେ। ସୋରଡା ର ବାଙ୍କ ବଜାର ଛକ ରେ ବ୍ୟବସାୟୀ ଜଣକ ଏକ ଛୋଟିଆ ଦୋକାନ କରି ଜୀବିକା ନିର୍ବାହ କରୁଥିବା ବେଳେ କୋରୋନା ସଂକ୍ରମଣ ରେ ସଂକ୍ରମିତ ହେଇଥିଲେ। ତେବେ ତାଙ୍କୁ ବ୍ରହ୍ମପୁର ଶୀତଳପଲି କୋବିଡ ହସ୍ପିଟାଲ କୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ବ୍ୟବସାୟୀ ଜଣକ ପାଖରେ ଡାଇବେଟିସ ସହ ଅନ୍ୟ ରୋଗ ମଧ୍ୟ ରହିଥିଲା। ଗତ କିଛି ଦିନ ତାଙ୍କୁ ଅଧିକ ଜ୍ଵର ହେଇଥିବା ବେଳେ ଟେଷ୍ଟିଙ୍ଗ ରେ ପଜିଟିବ ବାହାରିଥିଲା। କୋବିଡ ହସ୍ପିଟାଲ ରେ ତାଙ୍କ ର ମୃତ୍ୟୁ ହେଇଥିବା ପ୍ରଶାସନ ଜଣାଇବା ପରେ ସହର ରେ ଗଭୀର ଶୋକ ପ୍ରକାଶ ପାଇଥିଲା। ବ୍ୟବସାୟୀ ଜଣଙ୍କ ପାଖରେ କାରୋନା ର ଲକ୍ଷଣ ଥିବା ଯୋଗୁଁ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମ୍ଭାବନା ନାହି। ମୃତ ବ୍ୟବସାୟୀ ଜଣକ ନାମ ବିଜୟ କୁମାର ସାହୁ ବୋଲି ଜଣାପଡିଥିବା ବେଳେ ବୟସ ପାଖାପାଖି 63 ବର୍ଷ ଅଟେ। ଅନ୍ୟପଟେ ସହର ରେ ମୋଟ ସଂକ୍ରମିତ ଙ୍କ ମଧ୍ୟ ରେ ଦୁଇ ଜଣ ସୁସ୍ଥ ମଧ୍ୟ ହେଇ ଘରକୁ ଫେରିଛନ୍ତି। ଆଡପମଣ୍ଡପ ଜଣେବହୁବିଧ ସାମଗ୍ରୀ ବ୍ୟବସାୟୀଙ୍କ ପୁଅ ସଂକ୍ରମଣ ରୁ ସୁସ୍ଥ ହେଇ ଫେରିଥିବା ବେଳେ ରଘୁନାଥ ମନ୍ଦିର ସାହି ରେ ଥିବା ଜଣେ ପୁରୁଣା ଔଷଧ ବ୍ୟବସାୟୀ ମଧ୍ୟ ସୁସ୍ଥ ହେଇ ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ