ସୋରଡାରେ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ
ସୋରଡା,(ରଜନୀ କାନ୍ତ ମହାପାତ୍ର): ଅଞ୍ଚଳର ଧାର୍ମିକ ଅନୁଷ୍ଠାନ ମାନଙ୍କର ମିଳିତ ଜାଗରଣ ଶୋଭାଯାତ୍ରା ବୁଧବାର ଗାୟତ୍ରୀନଗର ରୁ ବାହାରି ଆଡପମଣ୍ଡପ ,ବଡଦାଣ୍ଡ ,ଗଣିଛକ ,ବରାଡି ,ବ୍ଲକ ଲାଇନ ହୋଇ ବୃଧଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମାପ୍ତ ହୋଇଛି । ବଜରଙ୍ଗ ଦଳ ,ଆରଏସଏସ ,ବିଶ୍ଵହିନ୍ଦୁ ପରିଷଦ ,ଦିବ୍ୟଜିବନ ସଂଘ ,ଗାୟତ୍ରୀ ପରିବାର ,ଡି ପାଉଲ ବିଦ୍ୟାଳୟ ,ସରସ୍ଵତୀ ଶିଶୁମନ୍ଦିର ,ପ୍ରମୁଖ ଅନୁଷ୍ଠାନ ମାନଙ୍କର ସଭ୍ୟମାନେ ସୁସଜିତ ରଥ ରେ ଭଗବାନ ରାମ ହନୁମାନ ,ଗାୟତ୍ରିମାତା,ଭାରତମାତା ଙ୍କ ଫୋଟୋ ଚିତ୍ରଓ ଗୌରିକ ପତାକା ସହ ଭଜନ କୀର୍ତନ କରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରଭୁ ଶ୍ରୀରାମ ଙ୍କ ଅଯୋଧ୍ୟା ରେ ହେବାକୁ ଥିବା ଭବ୍ୟମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ରେ ସାମିଲ ଥିବା ଭକ୍ତ ମାନଙ୍କୁ ସହଯୋଗ କରିବାକୁ ନିବେଦନ କରଯାଇଥିଲା । ସକାଳେ ଶୋଭାଯାତ୍ରା ଓ ଅପରାହ୍ନରେ ବୃଧଲିଙ୍ଗେଶ୍ଵର ମନ୍ଦିର ପରିସରରେ ସମବେତ ଭକ୍ତ ମାନଙ୍କୁ ସଂସ୍କୃତି ପରମ୍ପରା କୁ ବଜାୟ ରଖିବାକୁ ମିଳିତ ଉଦ୍ୟମ ଅବ୍ୟାହତ ରଖିବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମ କୁ ଅମ୍ବିକା ଦାସ ,ଶିଶିର କୁମାର ଦାସ ,ଅରୁଣ ନାୟକ ,ପ୍ରମୋଦ ଗଉଡ ସଂଯୋଜନା କରିଥିବା ବେଳେ ,ଗୋବିନ୍ଦ ପାଢି ,ଭଗବାନ ପଣ୍ଡା ,ଲଡୁକିଶୋର ଦାସ ,ବିଜୟ ଗଉଡ ପ୍ରମୁଖ ପରିଚାଳନା କରିଥିଲେ ।


