ସୋରଡାରେ ଥର୍ମାଲ ସ୍କ୍ରିନିଙ୍ଗ :୧୧୫୧ ଘରେ ହେଲାଣି ଟେଷ୍ଟିଙ୍ଗ

ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲା ରେ କାରୋନା ସଂକ୍ରମଣ କୁ ରୋକିବା ପାଇଁ ବର୍ତମାନ ଆରମ୍ଭ ହେଇଛି ଥର୍ମାଲ ସ୍କ୍ରିନିଙ୍ଗ। ଜିଲ୍ଲାର ପ୍ରତି ପୌରପରିଷଦ ଓ ପୌରପାଳିକା ରେ ଏହି ସ୍କ୍ରିନିଙ୍ଗ ଆରମ୍ଭ ହେଇଛି। ସୋରଡାରେ ମଧ୍ୟ ଏହି ସ୍କ୍ରିନିଙ୍ଗ ଆରମ୍ଭ ହେଇଛି। ଏଥିପାଇଁ ୮ ଜଣ ଡାକ୍ତରଙ୍କୁ ଦାଇତ୍ଵ ଦିଆଯାଇଛି ଏହା ସହ ସବୁ ୱାର୍ଡ ର ଅଙ୍ଗନବାଡି ଦିଦି ଓ ହେଲପର ମାନେ ଘର ଘର ବୁଲି ଏହି ସ୍କ୍ରିନିଙ୍ଗ କରୁଛନ୍ତି। ବର୍ତମାନ ସୁଧା ସହର ରେ ଦୁଇ ଦିନ ଭିତରେ ୧୧୫୧ ଘର ର ପ୍ରାୟ ୪୮୬୨ ଜଣଙ୍କର ସ୍କ୍ରିନିଙ୍ଗ ହେଇଥିବା ଜଣାପଡିଛି। ଏମାନକ ମଧ୍ୟ ରେ କିଛି କାରୋନା ସନ୍ଦିଗ୍ଧ ମଧ୍ୟ ରହିଛନ୍ତି। ଗତ କାଲୀ ପ୍ରାୟ ୧୦ ଜଣ କାରୋନା ସନ୍ଦିଗ୍ଧ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କର ନେଗେଟିଭ ଥିବା ଜଣାପଡିଥିଲା। କିନ୍ତୁ ପ୍ରକୃତ ତଥ୍ୟ ଏ ଯାଏଁ ସରକାରୀ ଭାବେ ଘୋଷଣା କରାଯାଇନାହି। ସ୍କ୍ରିନିଙ୍ଗ ସମୟ ରେ ଆକ୍ସିଟୋମିଟର ସହାର୍ଜ୍ୟ ରେ ପଲ୍ସ ରେଶିଓ ସହ ଆସ୍ଥାମା ଓ ଶ୍ୱାସକ୍ରିୟା ଜନିତ ଟେଷ୍ଟ ମଧ୍ୟ କରାଯାଉଛି। ଦିନକୁ ଦିନ ବର୍ଦ୍ଧିତ କାରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଏହି ଚେଷ୍ଟା ଫଳପ୍ରଦ ହେବ ବୋଲି ଆସା କରାଯାଉଛି। ଆଜିର ସଂକ୍ରମିତ ଙ୍କ ମଧ୍ୟ ରେ ପୁଣି ୦୬ ଜଣ ସୋରଡା ର ଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାପାଳ ଙ୍କ ସୂଚନା ପ୍ରକାରେ ସୋରଡା ରେ ପୁଣିଥରେ ୦୩ ଜଣ କାରୋନା ଯୋଦ୍ଧା ଏଥିରେ ସଙ୍କ୍ରମିତ ଥିବା ବେଳେ ଆଉ ୦୩ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ଏହି ସଂଖ୍ୟା କୁ ମିଶାଇ ସୋରଡା ରେ ମୋଟ କାରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୭୭ରେ ପହଞ୍ଚିଛି। ଆଜିର ଥର୍ମାଲ ସ୍କ୍ରିନିଙ୍ଗ ରେ ପ୍ରାୟ ୨୫ ରୁ ୨୬ ଜଣ କରୋନା ସଂକ୍ରମଣ ରେସଂକ୍ରମିତହେଇଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ ଟେଷ୍ଟିଙ୍ଗ ରେ କେତେ ନେଗେଟିବ ଓ କେତେ ପଜିଟିବ ବାହାରୁଛି ତାହା ସରକାରୀ ଭାବେ ଘୋଷଣା କରାଯିବା ପରେ ହିଁ ଜଣାପଡିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ