ରାଜ୍ୟସରକାର ବଦଳିବା ଦରକାର- ଧର୍ମେନ୍ଦ୍ର ପ୍ରଧାନ
ଜୟ ଜଗନ୍ନାଥ,ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ଦୀର୍ଘ ସମୟ ଧରି ସୋରଡାବାସୀ ମୋର ଅପେକ୍ଷା କରିଥିବାରୁ ମୁ ଆପଣଙ୍କ ନିକଟରେ ଋଣି। ପ୍ରବଳ ବର୍ଷା ଯୋଗୁଁ ମୁ ହେଲିକପ୍ଟର ରେ ଆସିପାରିଲିନି କିନ୍ତୁ ଯେତେବେଳେ ଜାଣିଲି ଆପଣ ମାନେ ମୋ ଅପେକ୍ଷା ରେ ଅଛନ୍ତି ତେଣୁ ହେଲିକପ୍ଟର ଛାଡି କାର ରେ ଆସିଲି। ଦୀର୍ଘ ସମୟ ଧରି ଆପଣ ମାନେ ଯେଉଁ ଅପେକ୍ଷାରେ ଅଛନ୍ତି ତାହା କେବଳ ପରିବର୍ତନ ର ସ୍ଵର। ଏଥର ପରିବର୍ତନ ଦରକାର,ରାଜ୍ୟ ସରକାର ବଦଳିବା ଦରକାର, ଏହିପରି ସ୍ଵର ରେ ସ୍ଵର ମିଳାଇଥିଲେ ଉପସ୍ଥିତ ହଜାର ହଜାର ଜନସାଧାରଣ। ଆଜି ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ଅଭିଯାନ ଓ ମିଶ୍ରଣ ପର୍ବ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ଫଳରେ କେନ୍ଦ୍ର ମନ୍ତ୍ରୀ ଙ୍କ ହେଲିକପ୍ଟର ପହଞ୍ଚିବାରେ ବିଳମ୍ବ ହୋଇଥିଲା ପ୍ରାୟ ୩ ଘଣ୍ଟା ଅପେକ୍ଷା ପରେ ଏହି ଅଭିଯାନ ବନ୍ଦ କରିବା ପାଇଁ ନିସ୍ପତି ନେବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କାର ଯୋଗେ ସୋରଡା ଆସୁଥିବା ଖବର ଦେବା ପରେ ସଙ୍ଗେ ସଙ୍ଗେ ହଜାର ହଜାର ଜନସାଧାରଣ ସଭା ରେ ଉପସ୍ଥିତ ହୋଇଯାଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଏହି ସଭା ରେ ଯୋଗ ଦେଇ ରାଜ୍ୟ ସରକାର ବଦଳିବା ଦରକାର ନାରା ଦେବା ସହ ସରକାର ଙ୍କ ବିଭିନ୍ନ ଯୋଜନା କୁ ସମାଲୋଚନା କରି ବର୍ଷୀ ଥିଲେ ରାଜ୍ୟ ସରକାର ଙ୍କ ଉପରେ। କାଳିଆ ଯୋଜନା ରେ ପ୍ରକୃତ ହିତାଧିକାରୀ ଙ୍କୁ ଟଙ୍କା ନ ମିଳି ମନ୍ତ୍ରୀ ଙ୍କ ନିକଟ ତର ପରିବାରକୁ ମିଳିଥିବା କହିଥିଲେ ଉଦାହରଣ ଦେବାକୁ ଯାଇ ସେ ବିକ୍ରମ ଆରୁଖ ଙ୍କ ନାମ ନେଇଥିଲେ। ସେହିପରି ଚିଟଫଣ୍ଡ ଲୁଟେରା ଙ୍କୁ ପ୍ରକୃତ ଦଣ୍ଡ ଯଦି ଦବାର ଅଛି ତେବେ ବିଜେପି କୁ ଜିତାନ୍ତୁ ୬ ମାସ ମଧ୍ୟରେ ସବୁ ଟଙ୍କା ଆପଣମାନଙ୍କୁ ପାଖକୁ ଜିବାରପ୍ରତିଶ୍ରୁତି ଦେଇଥିଲେ। ସେହିପରି ପାନୀୟ ଜଳ ସମସ୍ୟା,କୃଷକଙ୍କ ସମସ୍ୟା। ସୋରଡା ରେ ଡାକ୍ତର ସମସ୍ୟା ଆଦି ମୌଳିକ ସମସ୍ୟା ଉପରେ ବର୍ଷିବା ସହ ରାଜ୍ୟ ସରକାର ଶିକ୍ଷଙ୍କ କୁ ଦରମା ନଦେଇ ନିଜେ ୨ କୋଟି ଟଙ୍କା ରେ ବସ ରେ ବସି ଆପଣମାନେ ଖୁସିତ ବୋଲି ପଚାରୁଛନ୍ତି,ଯିଏ ଧର୍ଷଣ ରେ ସାମିଲ ତାଙ୍କୁ ଟିକେଟ ଦଉଛନ୍ତି ଆହୁରି ମହିଳା ସଶକ୍ତି କରଣ କଥା କହୁଛନ୍ତି, ରାଜ୍ୟ ବାସୀଙ୍କ ପାଇଁ ଯେଉଁ ଯୋଜନା କେନ୍ଦ୍ର ସରକାର କରୁଛନ୍ତି ସେହି ଯୋଜନା କୁ କାର୍ଯ୍ୟ କାରୀ କରାଉନାହାନ୍ତି ରାଜ୍ୟସରକାର, ତେଣୁ ଏଥର ପରିବର୍ତନ ଦରକାର ରାଜ୍ୟସରକାର ବଦଳିବା ଦରକାର। ଏହିପରି ସ୍ଵର ରେ ହଜାର ହଜାର ଉପସ୍ଥିତ ଜନସାଧାରଣ ମୋଦୀ ,ମୋଦୀ,ମୋଦୀ କହି ସ୍ଵର ମିଲଉଥିବା ଦେଖିବାକୁ ମିଳିଥିଲା।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ସୋରଡା ନିର୍ବାଚନ ସଭା ରେ ଉପସ୍ଥିତ ରହି ଆସିକା ଲୋକସଭା ପ୍ରାର୍ଥିନୀ ଅନିତା ପ୍ରିୟ ଦର୍ଶିନୀ ଓ ସୋରଡା ବିଧାନସଭା ପ୍ରାର୍ଥୀ ନୀଳମଣି ବିଶୋୟୀ କୁ ଭୋଟ ଦେଇ ବିଜେପି କୁ ଜିତେଇବା ପାଇଁ ଲୋକଙ୍କୁ ନିବେଦନ କରିବା ସହ ଏଥର ଆପଣ ଦେଶ କଥା ଚିନ୍ତା କରନ୍ତୁ ଯେଉଁ ସରକାର ପାକିସ୍ତାନ କୁ କଡା ଜବାବ ଦେଇପାରୁଛି ତାକୁ ପୁଣିଥରେ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଙ୍କ ଏହି ଭାଷଣ ର ଟାର୍ଗେଟ ରେ ଡି. ଆଇ॰ଜି ଆଶିଷ ସିଂହ ମଧ୍ୟ ଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଙ୍କ ଏହି ବିଜୟ ସଂକଳ୍ପ ଅଭିଯାନ ରେ ବହୁ ବିଜେଡି ଓ କଂଗ୍ରେସ ନେତା ନିଜ ଦଳ ଛାଡି ଭାରତୀୟ ଜନତା ଦଳ ସହ ଯୋଗଦେଇଥିଲେ।ଆଜି ମଧ୍ୟାହ୍ନ ରେ ପ୍ରବଳ ଖରା ସତ୍ବେ ଏକ ବିଶାଳ ଶୋଭାଯାତ୍ରା ରେ ନିଜ ସମର୍ଥକ ଙ୍କ ସହ ନୀଳମଣି ବିଶୋୟୀ ସୋରଡା ରେ ବିଜଯ ସଂକଳ୍ପ ଅଭିଯାନ ଓ ମିଶ୍ରଣ ପର୍ବ ରେ ଆସିଥିଲେ। ନୀଳମଣି ବିଶୋୟୀ ଙ୍କ ସମେତ ଭଗବାନ ପଣ୍ଡା,ସନ୍ତୋଷ ଦାଶ କବିରାଜ ସ୍ଵାଇଁ, ବସନ୍ତ ବିଶୋୟୀ,ପ୍ରମୁଖ ଙ୍କ ସମେତ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ କର୍ମୀ ଏହି ଶୋଭାଯାତ୍ରା ରେ ସାମିଲଥିଲେ। ଆୟୋଜିତ ଏହି କାର୍ଯ୍ୟ କ୍ରମ ରେ ବିଜୁ ଜନତା ଦଳ ଓ କଂଗ୍ରେସ ଦଳ ରେ ବହୁ ସ୍ଥାନୀୟ ନେତା ଓ କର୍ମୀ ମାନେ ଭାରତୀୟ ଜନତା ଦଳରେ ସାମିଲ ହୋଇ ଶାସକ ଦଳ ବିରୋଧରେ ବର୍ଷୀ ଥିଲେ। ସୋରଡା ବ୍ଲକ ର ପୂର୍ବତନ ବିଜେଡି ସଭାପତି ଅରୁଣ କୁମାର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାମକୃଷ୍ଣ ସ୍ଵାଇଁ, ପୂର୍ବତନ କଂଗ୍ରେସ ବ୍ଲକ ସଭାପତି କବିରାଜ ସ୍ଵାଇଁ,ସୋରଡା ବ୍ଲକ ୬୬ ନମ୍ବର ଯୋନ ର କଂଗ୍ରେସ ସଭାପତି ବନମାଳୀ ସ୍ଵାଇଁ,ପୂର୍ବତନ ସରପଞ୍ଚ ହୁକୁମ କାଲିଚରଣ ପାଢି,ବିଜେଡି ଯୁବ ନେତା ଜଗନ୍ନାଥ ପାତ୍ର,ଶଙ୍କର ବିଶୋୟୀ,ବଳରାମ ସ୍ଵାଇଁ,ବେଲଗୁଣ୍ଠା ଏନ॰ଏ॰ସି ର ପୂର୍ବତନ ୧୧ ନମ୍ବର ୱାର୍ଡ କାଉନ୍ଷିଲୋର ସି॰ହେଚ॰ଲିଙ୍ଗରାଜ ପାତ୍ର, ୮ ନମ୍ବର ର ପୂର୍ବତନ କାଉନସିଲର ସି॰ହେଚ॰ଯତୀନ ପାତ୍ର, ୯ ନମ୍ବର ୱାର୍ଡ ର ରମାଦେବୀ ସିଆ, ପୂର୍ବତନ ଜିଲ୍ଲାପରିଷଦ ୪୯ ନମ୍ବର ଜୋନ ର ଗୋବର୍ଦ୍ଧନ ବେହେରା,କାଉନ୍ସିଲୋର ରାମାକାନ୍ତ ପାତ୍ର,ପୂର୍ବତନ ସମିତିସଭ୍ୟ ଗୋଛା ର ଅକ୍ଷୟ ମଲ୍ଲିକ, ବରିଷ୍ଠ ବିଜେଡି ନେତା ବସନ୍ତ କୁମାର ପଟ୍ଟନାୟକ,ଲାଠିପଡା ପଞ୍ଚାୟତର,ସୂର୍ଯ୍ୟ ନାରାୟଣ ଜେନା,ବାବୁଲା କୁମାର ସ୍ଵାଇଁ, ଲୁଲୁ ଗୌଡ,ଗଣପତି ପତି,ପବିତ୍ର ମୋହନ ଜେନା, ରତ୍ନାକର ସ୍ଵାଇଁ,କୈଳାଶ ଚନ୍ଦ୍ର ଗୌଡ,କଂଗ୍ରେସ ର ଗୋବିନ୍ଦ ପାଢି ପ୍ରମୁଖ ନିଜ ନିଜ ସମର୍ଥକ ଙ୍କ ସହ ଭାରତୀୟ ଜନତା ଦଳ ର ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ନିଜେପି ନଗର ସଭାପତି ହରିହର ପଣ୍ଡା, ଯୁବ ନେତା ସ୍ଵାଧୀନ ପଣ୍ଡା,ସୁଧାକର ରାଉତ ଙ୍କ ସମେତ ସମସ୍ତ ମଣ୍ଡଲ ସଭାପତି ଏଥିରେ ସହଯୋଗ କରିଥିଲେ। ବିଜେପି ର ଏହି ମିଶ୍ରଣ ପର୍ବ ରେ ପ୍ରାୟ ୧୦, ୦୦୦ ଉର୍ଦ୍ଧ କର୍ମୀ ସମର୍ଥକ ଓ ଜଣ ସାଧାରଣ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ସୋରଡା ଥାନା ଅଧିକାରୀ ପ୍ରଭାତ ସାହୁ ଙ୍କ ପ୍ରତକ୍ଷ ତତ୍ଵାବଧାନରେ ସମ୍ପୂର୍ଣ ସହର ର ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ ସହ କେନ୍ଦ୍ର ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନ ଙ୍କ ଏହି କାର୍ଯ୍ୟ କର୍ମ କୁ ଶାନ୍ତି ଶୃଙ୍ଖଳା ର ସହ ସମାପନ କରଯାଇଥିଲା।


