ସୋରଡାରେ ବିଧାୟକଙ୍କ ଦ୍ଵାରା ଘୁମୁସରୀ ଗୋପାଳଙ୍କୁ ଆଦର୍ଶ ଗୁହାଳ ପ୍ରଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାପ୍ରଶାସନ ସହାୟତାରେ ସୋରଡା ପଞ୍ଚାୟତ ସମିତି ତରଫରୁ ବ୍ଲକ ସଭାଗୃହ ଠାରେ ଘୁମୁସରୀ ଗୋପାଳଙ୍କୁ ଆଦର୍ଶ ଗୁହାଳ କାର୍ଯ୍ୟଦେଶ ବଣ୍ଟନ ସମାରୋହକୁ ବିଧାୟକ ନୀଳମଣି ବିଶୋଈ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଅଞ୍ଚଳର ଗୋମାତା ଓ ଗୋପାଳଙ୍କର ସାମୁହିକ ବିକାଶ ପାଇଁ ମୋହନ ସରକାର ବଚନ ବଦ୍ଧ I ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗୋବଂଶ ଦେଶୀଗାଈ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛି |ଦେଶ ଓ ରାଜ୍ୟର ସର୍ବ ଶ୍ରେଷ୍ଠ ଆମ ଘୁମୁସରୀ ଗାଈ ଯାହାର କ୍ଷୀରରେ ଏ୨ ପ୍ରୋଟିନ , କ୍ଷୀର ସହ ଗୋବର ଓ ଗୋମୁତ୍ରରେ ବିଭିନ୍ନ ଔଷଧ୍ୟ ଗୁଣ ଥିବା ହେତୁ ଆୟୁର୍ବେଦ ,ଶିଳ୍ପ କ୍ଷେତ୍ରରେ ବହୁଳ ବ୍ଯବହାର ଯୋଗୁଁ ବ୍ୟାପକ ବଜାର ରହିଅଛି |ଯାହାକୁ ଚାଷୀଙ୍କ ରୋଜଗାର ଆୟ ଦୁଇଗୁଣ ହେବ ବୋଲି ସେ କହିଥିଲେ | ୟୁରିଆ ସାର ବଦଳରେ ଗୋବରକୁ ନଷ୍ଟନକରି ଜୈବିକ ଖତ କରିବା, ଗୋବର ଗ୍ଯାସ , ଜିଆ ,ଘାସ ,ମକା ମାଛ ଚାଷ ମିଶ୍ରିତ ଚାଷ କରିବା ପାଇଁ ସେ ଗୁରୁତ୍ଵ ଦେଇଥିଲେ |ଏ ବିଷୟରେ ଆମ ଅଞ୍ଚଳ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ସହ ଆଲୋଚନା ହୋଇଅଛି | ତାଙ୍କର ଏମଏସଏମଇ ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବବର୍ଗକୁ ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଓ ଦାଦନ ଶ୍ରମିକ ହ୍ରାସ କରିବା ପାଇଁ ଓଡିଶା ସରକାର ବଚନ ବଦ୍ଧ ବୋଲି ବିଧାୟକ କହି ୪୦ ଜଣ ଗୋପାଳ ଓ କୃଷକଙ୍କୁ ଗୁହାଳ କାର୍ଯ୍ୟଦେଶ ପ୍ରଦାନ କରି ଥିଲେ I ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଇଏଏସ ଶ୍ରୀମତୀ ପ୍ରଣିତା ଦାସ ସଭାପତିତ୍ଵ କରିଥିଲେ | ପ୍ରଶାସନ ଅଧିକାରୀ ବିଜୟ କୁମାର ପ୍ରଧାନ ସଭାରେ ସ୍ଵାଗତ ଭାଷଣ ଓ ଘୁମୁସରୀ ଗୋପାଳ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ I ଗୋଷ୍ଠି ପ୍ରାଣୀ ଅଧିକାରୀ ଡାଃ ସତ୍ୟବିକ୍ରମ ତରାଇ, ଗୋପାଳପୁର ସରପଞ୍ଚ ଦେବରାଜ ମଳିକ, ଏପିଓ ବିନାୟକ ମହାପାତ୍ର ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ଥିଲେ I ସଭାରେ ଅଞ୍ଚଳର ବହୁ ସରପଞ୍ଚ, ସମିତିସଭ୍ୟ ଓ ଗୋପାଳ ଗୋପାଳିକା ଉପସ୍ଥିତି ଥିଲେ I