ସୋରଡା ଆଦର୍ଶ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଆରମ୍ଭ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ଆଦର୍ଶ ବିଦ୍ୟାଳୟ ରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖା ଆରମ୍ଭ ହେବ। ଗତ ବର୍ଷ ଏଠାରୁ ପ୍ରଥମ ଥର ୧୦ମ ଶ୍ରେଣୀ ପିଲାମାନେ ପରୀକ୍ଷା ରୁ ଉତିର୍ଣ୍ଣ ହେଲାପରେ ଏକାଦଶ ଶ୍ରେଣୀ ପାଇଁ ଅନେକ ଅସୁବିଧା ସମୁଖୀନ ହେଇଥିଲେ। ଏପରିକି ଶେଷରେ ଅଧିକ ରୁ ଅଧିକ ପିଲାମାନଙ୍କୁ ସୋରଡା ଋଷିକୁଲ୍ୟା ଉଚ ମାଧ୍ୟମିକ ବିଦ୍ୟାଳୟ ରେ ନାମ ଲେଖାଇବାକୁ ପଡିଥିଲା। ଏ ନେଇ ଏଠାକାର ଅଭିଭାବକ ମାନଙ୍କ ମଧ୍ୟ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଅନେକ ଆନ୍ଦୋଳନ ମଧ୍ୟ ହେଇଥିଲା। ଏହି ସବୁ ଆନ୍ଦୋଳନ କୁ ସରକାର ଙ୍କ ନିକଟରେ ପହଞ୍ଚାଇବା ପାଇଁ ବଡ ବଡ ଖବର ମଧ୍ୟ ଛାପିବାରେ ଆମେ ପଛଘୁଞ୍ଚା ଦେଇନଥିଲୁ । ସରକାରକାର ଙ୍କ ନିର୍ଦେସନାମା ପ୍ରକାରେ ଚଳିତ ମାସ ୦୪/୦୮/୨୦ ଠାରୁ ୨୮/୦୮/୨୦ ଯାଏଁ ଫର୍ମ ଆବେଦନ ପ୍ରକ୍ରିୟା ଚାଲିବ ଏବଂ ୨୯ ରେ ପ୍ରଥମ ତାଲିକା ପ୍ରକାଶ ପାଇବା। ଏଠାରେ ନାମ ଲେଖାଇବା ପାଇଁ ଶିକ୍ଷାବିଭାଗ ତରଫରୁ କିଛି ନିର୍ଦେଶନାମା ଦିଆଯାଇଛି। ଚଳିତ ବର୍ଷ ଏକାଦଶ ରେ ମୋଟ ୮୦ଟି ସିଟ ରଖାଯାଇଛି। ଏହି ବିଦ୍ୟାଳୟ ରୁ ୧୦ ମ ଶ୍ରେଣୀ ରେ ଉତିର୍ଣ୍ଣ ହେଇଥିବା ପିଲାମାନେ ନିଜ ନିଜ ସି ବି ଏସ ଇ ର ରଖିଥିବା ମାର୍କ ପ୍ରକାରେ ପଢିବାରେ ସୁଯୋଗ ପାଇବେ ଏହା ବାଦେ କିଛି ସିଟ ବଳକା ହେଲେ ତାହା ଏହି ଜିଲା ଅନ୍ତର୍ଗତ ଥିବା ଅନ୍ୟାନ ଆଦର୍ଶ ବିଦ୍ୟାଳୟ ର ପିଲାମାନେ ଆବେଦନ କରିପାରିବେ ଆଊ ଏ ସବୁ ବ୍ଯତୀତ ଆଉ କିଛି ସିଟ ଯଦି ବଳକା ହୁଏ ତେବେ ତାହା ସରକାରୀ ଓ ଘରୋଇ ବିଦ୍ୟାଳୟ ମାନଙ୍କ ରେ ଦେଇଥିବା ୧୦ ମ ଶ୍ରେଣୀ ପିଲାଙ୍କ ରଖିଥିବା ମାର୍କ ପ୍ରକାରେ ସିଟ ଦିଆଜୀବ। ଅଫଲାଇନ ରେ ପିଲାମାନେ ଆବେଦନ କରିବେ। ଗଣିତ, ଇଂରାଜୀ, ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଆଦି ବିଷୟ ରେ ରେ ପିଲାମାନେ ଅଧ୍ୟୟନ କରିବେ। ସବୁଠାରୁ ଗୁରୁତ୍ଵ ହେଲା ଯଦି ଏଠାରେ କୌଣସି ଆଦର୍ଶ ବିଦ୍ୟାଳୟ ବାହାର ଓଡିଆ ମାଧ୍ୟମ ପିଲାମାନକୁ ନାମ ଲେଖାଇବା ପାଇଁ ସୁଯୋଗ ମିଳେ ତେବେ ସେମାନଙ୍କୁଗଣିତ ବିଷୟରେ ସି ବି ଏସ ଇ ଷ୍ଟାଣ୍ଡାର୍ଡ ରେ ହିଁ ଅଧ୍ୟୟନ କରିବାକୁ ପଡିବ। ଆରମ୍ଭ ରୁ ଏହା ଅନୁମାନ କରାଯାଉଥିଲା କି ସରକାର ଗଣିତ ବିଷୟ ଉପରେ ବିକଳ୍ପ ରଖିବେ କି ଯାହା ବେସିକ ଓ ଷ୍ଟାଣ୍ଡାର୍ଡ ପରି ଦୁଇଟି ବିକଳ୍ପ ରହିବ। ଓଡିଆ ମାଧ୍ୟମ ରେ ଯେଉଁମାନେ ପ୍ରଥମ ଥର ଏଥିରେ ନାମ ଲେଖାଇବା ପାଇଁ ସୁଯୋଗ ପାଇବେ ସେମାନେ ବେସିକ ବିକଳ୍ପ ବାଛିଲେ ଗଣିତ ପରି କଷ୍ଟ ସାଧ୍ୟ ବିଷୟ ରେ ଟିକେ ହଲ୍କା ଅନୁଭବ କରିଥାନ୍ତେ। ଏବଂ ଏହି ବିକଳ୍ପ ଅନୁସାରେ ଗଣିତ ପ୍ରଶ୍ନ ଦୁଇ ପ୍ରକାର ଆସିଥାନ୍ତ। ଗୋଟେ ବେସିକ ଆଉ ଗୋଟିଏ ଷ୍ଟାଣ୍ଡାର୍ଡ। ଯାହା ଘୋଷଣା କରାଯାଇ ନାହି। ସମସ୍ତ ପିଲା ଏଠାରେ କେବଳ ସି ବି ଏସ ଇ ଢାଞ୍ଚା ରେ ହିଁ ଷ୍ଟାଣ୍ଡାର୍ଡ ରେ ଗଣିତ ପଢିବେ। ସେ ଯାହା ହଉନା କାହିଁକି ଚଳିତ ବର୍ଷ ଏଠାରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ନିର୍ଦେଶ ଆସିଲା ପରେ ଅଭିଭାବକ ଓ ଅଞ୍ଚଳବାସୀ ଙ୍କ ମଧ୍ୟ ରେ ଖୁସି ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ