ସୋରଡା ଏନଏସିରେ ସମସ୍ତ ଉନୟନ ମୂଳକ କାର୍ଯ୍ୟର ତଦନ୍ତ ଦାବି କଲେ ବିଧାୟକ
ସୋରଡା,(ରଜନୀକାନ୍ତ ମହାପାତ୍ର): ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡା ଏନ ଏ ସି ରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ର ତଦନ୍ତ ଦାବି କରିଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ। ସୋରଡା ବିଧାୟକ ଏ ସମ୍ପର୍କରେ ଏକ ପତ୍ର ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଙ୍କୁ ଏକ ପାତ୍ର ମାଧ୍ୟମ ରେ ଅବଗତ କରାଇଛନ୍ତି ଏବଂ ଯାଞ୍ଚ କାର୍ଯ୍ୟ ସୋରଡା ବିଧାୟକ ଙ୍କ ଉପସ୍ଥିତି ରେ କରିବା ପାଇଁ ଚିଠି ଲେଖିଛନ୍ତି ଏବଂ ତଦନ୍ତ ରେ ଯଦି କୌଣସି ପ୍ରକାର ତ୍ରୁଟି ଆସେ ତେବେ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି। ସୋରଡା ଏନ ଏ ସି ରେ ୨୦୨୧ ରୁ ୨୦୨୪ ମସିହା ମଧ୍ୟ ରେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ଯେତେ ପରିମାଣ ରେ କାର୍ଯ୍ୟ ହୋଇଛି ତାହର ପରିଣାମ ସହର ବାସି ଉପଭୋଗ କରିପାରୁନଥିବା କହିଛନ୍ତି ସୋରଡା ବିଧାୟକ। ସୋରଡା ବିଧାୟକ ଙ୍କ କହିବା ହେଲା ନିର୍ବାଚନ ଜିତିବା ପରେ ସୋରଡା ଏନ ଏ ସି ରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା କୁ ଗଲାବେଳେ ୨୦୨୧ ମସିହା ରୁ ୨୦୨୪ ମସିହା ମଧ୍ୟ ଯେତିକି ଉନ୍ନୟନ କାର୍ଯ୍ୟ କରାଯାଇଛି ସେଥିରେ ସରକାରୀ ନିୟମ କୁ ଉଲଂଘନ କରିବା ସହ ବ୍ୟାପକ ଅନିୟମିତତା କରଯାଇଛି। ଏପରିକି ମହିଳା ଏସ ଏଚ ଜି ଙ୍କ ନାମ ରେ କାମ ଆଣି କୋଟି କୋଟି ତାଙ୍କ ହାତେଇବାରେ ସଫଳ ହୋଇଛନ୍ତି ପରିଷଦ ର ପ୍ରତିନିଧି ମାନେ। ପାଖାପାଖି ୪ ରୁ ୫ କୋଟି ଟଙ୍କା ର କାମ ମହିଳା ଏସ ଏଚ ଜି ଙ୍କ ନାମ ରେ କରାଯାଇଛି ଏବଂ ଏହାର ମାତ୍ରା ୨ ପ୍ରତିଶତ ୮ ରୁ ୧୦ ହଜାର ଟଙ୍କା ଗ୍ରୁପ କୁ ଧରାଇ ଦେଇ ସବୁ ହରିଲୁଟ କରିଛନ୍ତି ଏଠାକାର ପ୍ରତିନିଧି ମାନେ । ଅଧିକ ଅଧିକ ରୁ ଅଧିକ କାର୍ଯ୍ୟ ଅନାବଶ୍ୟକ ଭାବେ ସୃଷ୍ଟି କରାଯାଇ ଏଠାକାର ପ୍ରତିନିଧି ମାନକୁ ସନ୍ତୁଷ୍ଟ କରିବା ପାଇଁ ତ୍ଵରାନିତ କରାଯାଇଛି। ନିର୍ଧାରିତ ମୂଲ୍ୟ ରୁ ଅତ୍ୟଧିକ ମୂଲ୍ୟାୟନ କରାଯାଇ ପ୍ରକଳ୍ପ ମାନ କରାଯାଇଛି ଏବଂ ଅତ୍ୟଧିକ ପିସି କାରବାର ହେଉଥିବା ବିଧାୟକ ଅଭିଯୋଗ କରିଛନ୍ତି। ମୁକ୍ତା ଅଧୀନ ରେ ଏବେ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ମହିଳା ଏସ ଏଚ ଜି ଙ୍କୁ ମିଳିବାକୁ ବାକି ଅଛି। ମୁକ୍ତା ବର୍ତମାନ ସରକାର ଙ୍କ ବିଚାରଧିନ ରହିଛି ଏହି ବିଭାଗୀୟ ଅଧିକାରୀ ମାନକ ଚୁକ୍ତି ନାମା କୁ ବର୍ତମାନ ସରକାର ରଦ କରିଦେଇଛନ୍ତି ଏପରି ସ୍ଥଳେ ମହିଳା ଏସ ଏଚ ଜି ମାନେ ବକେୟା ଟଙ୍କା ପାଇଁ କାହାକୁ ନିବେଦନ କରିବେ ସେ ନେଇ ଚିନ୍ତା ରେ। ଏପଟେ ସୋରଡା ଏନ ଏ ସି ଆବଶ୍ୟକ ରୁ ଅଧିକ ବ୍ୟୟଅଟକଳ କରି ଠିକାଦାର ଙ୍କୁ ସନ୍ତୁଷ୍ଟ କରିଥିବା ଅଭିଯୋଗ ହେଉଛି । ଉନ୍ନୟନ ମୂଳକ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହେବା ସହ ଅନେକ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଇଛି। ଏପରିକି ଦୁଇ ଠିକାଦାର ଙ୍କୁ କିପରି କାମ ଦିଆଯାଇପରିବା ସେଥିପାଇଁ ଟେଣ୍ଡର ପ୍ରକ୍ରିୟା କୁ ଦୁଇ ଠିକାଦାର ଙ୍କ ମାଧ୍ୟମ ରେ ସୁଆହାଇଲା ପରି କରାଯାଇଥିବା ଅଭିଯୋଗ ହେଉଛି। ତେଣୁ ସୋରଡା ରେ ୧୩ ରୁ ୧୫ ବର୍ଷ ଦୁଇ ଠିକାଦାର କାମ ହାତେଇବାରେ ସଫଳ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି। ତେଣୁ ୨୦୨୧ ରୁ ୨୦୨୪ ମଧ୍ୟ ରେ ହୋଇଥିବା ସମସ୍ତ ଟେନ୍ଡର ରଉନ୍ନୟନ କାମ ସହ ଅନ୍ୟାନ ଯୋଜନା ରେ ହୋଇଥିବା କାର୍ଯ୍ୟ ର ଜିଲ୍ଲାସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୋରଡା ବିଧାୟକ ନୀଳମଣି ବିଶୋଈ। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନୟନ ସଂସ୍ଥା ତରଫରୁ ପତ୍ର ସଂଖ୍ୟା ୨୯୫୬ ତାରିଖ ୨୮/୧୧/୨୪ ପ୍ରକାରେ ଏ ସବୁ କାର୍ଯ୍ୟ ର ତଦନ୍ତ ବିଧାୟକ ଙ୍କ ଉପସ୍ଥିତି ରେ କରାଯିବା ବୋଲି କୁହାଯିବା ସହ ପତ୍ର ସଂଖ୍ୟା ୨୯୫୭ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଯିଛି। ସୋରଡା ଏନ ଏ ସି ରେ ବ୍ୟାପକ ଦୁର୍ନୀତି ହୋଇଛି ଏବଂ ଏହା ର ତଦନ୍ତ ଜିଲ୍ଲାସ୍ତରୀୟ କମିଟି ଦ୍ଵାରା କରାଯିବ ଏବଂ ଏଥିରେ ଯଦି କିଛି ଅନିୟମିତତା ଦେଖାଦିଏ ତେବେ ରାଜ୍ୟସ୍ତରୀୟ କମିଟି ଦ୍ଵାରା ଯାଞ୍ଚ କରାଯିବ ବୋଲି ସୋରଡା ବିଧାୟକ ନୀଳମଣି ବିଷୋୟୀ କହିଛନ୍ତି।